ଭାରତ ରେ ହେବ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର (IOC) ଅଧିବେଶନ

0
392
ଭାରତ ରେ ହେବ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର (IOC) ଅଧିବେଶନ
ଭାରତ ରେ ହେବ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର (IOC) ଅଧିବେଶନ

ଫେବୃଆରୀ ୧୯
ଶନିବାର ଦିନ ବେଜିଙ୍ଗ ରେ ମୁମ୍ବାଇ ସହରକୁ 2023 ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର (IOC) ଅଧିବେଶନର ଆୟୋଜକ ଭାବରେ ଘୋଷଣା କରାଗଲା | 1983 ମସିହାରେ ନୂଆଦିଲ୍ଲୀରେ ଆୟୋଜନ କରିବା ପରେ ଭାରତ ଦ୍ୱିତୀୟ ଥର ପାଇଁ IOC ଅଧିବେଶନ ଆୟୋଜନ କରିବ |
ବେଜିଂରେ ଅନୁଷ୍ଠିତ ୧୩୯ ତମ ଆଇଓସି ଅଧିବେଶନରେ ଭାରତ ଏହାର ଇଛା କୁ ସଫଳତାର ସହ ଉପସ୍ଥାପନା କରିବା ପରେ ମୁମ୍ବାଇ ସହରକୁ 2023 ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର (IOC) ଅଧିବେଶନର ଆୟୋଜକ ଭାବରେ ଘୋଷଣା କରାଗଲା I
ବେଜିଂରେ ଭାରତୀୟ ଉପସ୍ଥାପନାରେ ଅଗ୍ରଣୀ ଭୂମିକା ନେଇଥିଲେ ୨୦୦୮ ମସିହାରେ ଦେଶର ପ୍ରଥମ ବ୍ୟକ୍ତିଗତ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଅଭିନାଭ ବିନ୍ଦ୍ରା, ଆଇଓସି ସଦସ୍ୟ ନୀତା ଅମ୍ବାନୀ, ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (IOA) ସଭାପତି ନରିନ୍ଦର ବାତ୍ରା ଏବଂ ଯୁବ ବ୍ୟାପାର ତଥା କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର।
ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ପ୍ରତିନିଧୀଙ୍କ ଠାରୁ ମୁମ୍ବାଇ ୯୯ ପ୍ରତିଶତ ଭୋଟ୍ ପାଇଥିଲା ଏବଂ ୨୦୨୩ ମସିହାରେ ଆଇଓସି ଅଧିବେଶନ ଆୟୋଜନ କରିବାକୁ ୭୫ ସଦସ୍ୟ ଭାରତ କୁ ସମର୍ଥନ କରିଥିଲେ।
୨୦୨୩ ର ଗ୍ରୀଷ୍ମ ସମୟରେ ହେବାକୁ ଥିବା ଏହି ଅଧିବେଶନ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟର୍ (JWC) ରେ ଆୟୋଜିତ ହେବ | JWC 2022 ର ପ୍ରାରମ୍ଭରେ କାର୍ଯ୍ୟ ଆରମ୍ଭ କରିବ |
IOC ଅଧିବେଶନ ହେଉଛି IOC ର ସଦସ୍ୟମାନଙ୍କର ବାର୍ଷିକ ବୈଠକ, ଯେଉଁଥିରେ ୧୦୧ ଭୋଟିଂ ସଦସ୍ୟ ଏବଂ ୪୫ ଅତିଥି ସଦସ୍ୟ ରହିଛନ୍ତି I ଏହା ଅଲିମ୍ପିକ୍ସର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବା ସହ ନିଷ୍ପତ୍ତି ମଧ୍ୟ ନେଇଥାଏ I

ନିଜର ଖୁସି ବ୍ୟକ୍ତକରି ଅଲିମ୍ପିକ୍ କମିଟି ସଦସ୍ୟା ନିତା ଅମ୍ବାନୀ କହିଛନ୍ତି, “40 ବର୍ଷର ଅପେକ୍ଷା ପରେ ଅଲିମ୍ପିକ୍ ଆନ୍ଦୋଳନ ଭାରତକୁ ଫେରିଛି! 2023 ମସିହାରେ ମୁମ୍ବାଇରେ ଆଇଓସି ଅଧିବେଶନ ଆୟୋଜନ କରିବାର ଦାୟିତ୍ୱ ମିଳିଥିବାରୁ ମୁଁ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ନିକଟରେ କୃତଜ୍ଞ।’

Also Read  ରାଜଧାନୀ ରାଜରାସ୍ତାରେ ପୁଣି ରକ୍ତ ଚରିତ୍ର ଗ୍ୟାଙ୍ଗ, ମଦ ପିଇ ଉତ୍ପାତ କରୁଛନ୍ତି

LEAVE A REPLY

Please enter your comment!
Please enter your name here