ଭାରସାମ୍ୟ ହରାଇ ଫ୍ଲାଏ ଓଭର ତଳକୁ ଖସିଲା କାର୍: ଚାଳକ ଆହତ

0
672

ଭୁବନେଶ୍ୱର: ରାଜଧାନୀରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ପଳାସପଲ୍ଲୀ ଫ୍ଲାଏ ଓଭର ତଳକୁ ଖସି ପଡ଼ିଛି କାର୍। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। କାର୍ ଚାଳକ ସାମାନ୍ୟ ଆଘାତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୪ଟା ସମୟରେ କାର୍‌ଟି ଦ୍ରୁତ ଗତିରେ ଆସି ପଳାସପଲ୍ଲୀ ଫ୍ଲାଏ ଓଭର ବ୍ରିଜର ବାଡ଼ାରେ ମାଡ଼ ହୋଇଥିଲା। ପରେ ଭାରସାମ୍ୟ ହରାଇ କାର୍‌ଟି ବାଡ଼ା ଭାଙ୍ଗି ତଳକୁ ଖସି ପଡ଼ିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରେ ଥିବା କାର୍ ଚାଳକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାଯାଇଛି।

Also Read  Radio workshop in Bhubaneswar: Summer training program on RJing