ଭାଲେଣ୍ଟାଇନ୍ସ ଡେ ରେ ନିଜ ପ୍ରେମିକା ଙ୍କୁ ବିବାହ କରିବା ପାଇଁ ଚୋରି କରି ବନ୍ଧା ହେଲେ ଯୁବକ

0
1066
OSSC Question Paper Leak: Seven Arrested From Bihar
OSSC Question Paper Leak: Seven Arrested From Bihar

ଜାନୁଆରୀ ୨୦

ଭାଲେଣ୍ଟାଇନ୍ସ ଡେ ରେ ନିଜ ପ୍ରେମିକାଙ୍କୁ ବିବାହ କରିବା ପାଇଁ ତାଙ୍କ ପଡ଼ୋଶୀଙ୍କ ଘରେ ଚୋରି କରିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଗୁରୁବାର ଦିନ ଜଣେ 20 ବର୍ଷ ବୟସ୍କ ଯୁବକ ଙ୍କୁ ଗିରଫ କରିଛି।
ଅଭିଯୁକ୍ତ ଜଣକ ହେଲେ ମହମ୍ମଦ ଜୟଦ I
ପୋଲିସ ସୂଚନା ଅନୁସାରେ, ମହମ୍ମଦ ଫାହିମୁଦିନ ନାମକ ଜଣେ ବ୍ୟକ୍ତି ତାଙ୍କ ଘରୁ ଚୋରି ହେଇଥିବା ନେଇ ଥାନା ରେ ଅଭିଯୋଗ କରିଥିଲେ I ସେ ଅଭିଯୋଗ କରିଥିଲେ ଯେ, ଜାନୁଆରୀ ୧୮ ତାରିଖ ଦିନ, ଘରେ ଏକୁଟିଆ ଥିବା ତାଙ୍କ ପତ୍ନୀ କିଛି କାମ ପାଇଁ ବାହାରକୁ ଯାଇଥିଲେ। ସେ ଫେରିବା ପରେ ଜାଣିବାକୁ ପାଇଲେ ଯେ ଘରେ ରଖାଯାଇଥିବା 3 ଲକ୍ଷ ଟଙ୍କା ନାହିଁ I

ପୋଲିସ ପକ୍ଷରୁଏଫଆଇଆର ଦାଖଲ କରି ତଦନ୍ତ ଆରମ୍ଭ କରାଗଲା । ଅନେକ ସିସିଟିଭି ଫୁଟେଜ ସ୍କାନ କରିବା ପରେ ପୋଲିସ ଗିରଫ ହୋଇଥିବା ଅଭିଯୁକ୍ତକୁ ଚିହ୍ନଟ କରିଥିଲା।

ପଚରାଉଚରା ବେଳେ ଅଭିଯୁକ୍ତ ପୋଲିସକୁ କହିଥିଲେ ଯେ ତାଙ୍କ ପ୍ରେମିକାଙ୍କୁ ବିବାହ କରିବା ପାଇଁ ତାଙ୍କୁ ଟଙ୍କା ଦରକାର ଥିଲା ଏବଂ ସେଥିପାଇଁ ସେ ଏହି ଚୋରି କରିଥିଲେ।

“ଅଭିଯୁକ୍ତ କହିବା ଅନୁସାରେ ତାଙ୍କର ଗୋଟିଏ ଝିଅ ସହିତ ପ୍ରେମ ସମ୍ପର୍କ ଅଛି I ତାଙ୍କୁ ସେ ବିବାହ କରିବାକୁ ଚାହୁଁଥିଲେ I କିନ୍ତୁ ଏଥିପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନଥିଲା କାରଣ ସେ ଚାକିରୀରୁ ମାସିକ 8,000 ଟଙ୍କା ରୋଜଗାର କରୁଥିଲେ। ସେଥିପାଇଁ ସେ ଚୋରି କରିଥିଲେ I
ସେ କ୍ରାଇମ ସିରିଏଲ ଦେଖୁଥିଲେ ଏବଂ ସେଥିରୁ ସେ ଏପରି ଚୋରି କରିବା ପାଇଁ ପ୍ରେରଣା ପାଇଥିଲେ I ତାଙ୍କ ନିକଟରୁ ଚୋରି ହୋଇଥିବା ଟଙ୍କା ଉଦ୍ଧାର କରାଯାଇଛି।

Also Read  Nearly 3 lakh people use Magenta Line on Day 1 of full service