ଭିଜିଲାନ୍ସ ଜାଲରେ ସମବାୟ ସମିତି ସମ୍ପାଦକ

0
752

ସୁବର୍ଣ୍ଣପୁର: ଭିଜିଲାନ୍ସ ହାତରେ ସମବାୟ ସମିତି ଡାଟା ଏଣ୍ଟ୍ରି ଅପରେଟର ଦେବାନନ୍ଦ ନାୟକ ଓ ଭାରପ୍ରାପ୍ତ ସମ୍ପାଦକ କୁନା ନାୟକ । ଋଣ ନାଁରେ ଚାଷୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ଧାନ ବିକ୍ରି ସଂପର୍କରେ ଜଣେ ଅଭିଯୋଗକାରୀଙ୍କ ଠାରୁ ଆଠ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଉଭୟଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍। ଉଭୟ ଅଭିଯୁକ୍ତଙ୍କଠାରୁ ସମ୍ପୃକ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଭିଜିଲାନ୍ସ ବିଭାଗ ସୂଚନା ଅନୁସାରେ, ଆଜି ସୁବର୍ଣ୍ଣପୁର ଜିଲ୍ଲା ଶିଵତୁଲା ସେବା ସମବାୟ ସମିତି ସମ୍ପାଦକ କୁନା ନାଏକ ଓ ଡାଟା ଏଣ୍ଟ୍ରି ଅପରେଟର ଦେବାନନ୍ଦ ନାୟକ ଚାଷୀଙ୍କ ଠାରୁ ଆଠ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କ ଉପରେ ଚଢାଉ କରିଥିଲା । ଚାଷୀଙ୍କ ଋଣ କରାଇଦେବା କହି କୁନା ଲାଞ୍ଚ ନେବା ବେଳେ ମାଡ଼ିବସିଲା ସୋନପୁର ଭିଜିଲାନ୍ସ ଟିମ ।

Also Read  ଏନଆଏର ବଡ଼ ଖୁଲାସା : ଦାଉଦର ଟାର୍ଗେଟରେ କିଏ ସବୁ ଥିଲେ ?

LEAVE A REPLY

Please enter your comment!
Please enter your name here