ଉର୍ଫି ଜାଭେଦ୍ ନିଜର ବୋଲ୍ଡନେସକୁ ନେଇ ଚର୍ଚ୍ଚାରେ ରୁହନ୍ତି। ସେ ତାଙ୍କର ଅଜବ ଡ୍ରେସିଂ ସେନ୍ସ ହେତୁ ସବୁବେଳେ ଟୋଲର୍ସଙ୍କ ଟାର୍ଗେଟରେ ଆସନ୍ତି। କିନ୍ତୁ ଏଥର ସେ ବୋଲ୍ଡନେସର ସମସ୍ତ ସୀମା ଅତିକ୍ରମ କରିଯାଇଛନ୍ତି। ଯାହାକୁ ନେଇ ୟୁଜର୍ସ ତାଙ୍କୁ ଖୁବ୍ ଟ୍ରୋଲ୍ କରୁଛନ୍ତି। ନିକଟରେ ଉର୍ଫିଙ୍କୁ ଅନ୍ଧେରୀରେ ପିଟର ଏବଂ ୱାସାବି କାଫେ ବାହାରେ ଦେଖିବାକୁ ମିଳିଛି। ଏହି ସମୟରେ ସେ ରିସ୍କ କଟ-ଆଉଟ୍ ସ୍କର୍ଟ ସହିତ ବେକରେ କେବଳ ଭାରୀ ଚେନ୍ ପିନ୍ଧିଛନ୍ତି। ଚେନଗୁଡିକରେ ଗୋଲାପୀ ଏବଂ ନୀଳ ରଙ୍ଗର ଅଳଙ୍କାର ଲାଗିଛି।
ଏହା ବ୍ୟତୀତ ସେ ଟପ୍ରେ ଆଉ କିଛି ପିନ୍ଧି ନାହାଁନ୍ତି। ଏହି ଅଜବ ଲୁକରେ ଉର୍ଫିଙ୍କୁ ଦେଖି ଲୋକମାନେ ଖୁବ୍ ରାଗିଯାଇଛନ୍ତି ଏବଂ ତାଙ୍କୁ ଅନେକ କଥା ଶୁଣାଉଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, ‘ଦିଦିଙ୍କ ପାଖରେ ସବୁ ଡ୍ରେସ୍ ସରିଯାଇଛି…ଏବେ ଜୁଏଲରା ଶୋ ଆରମ୍ଭ।’ ଅନ୍ୟ ଜଣେ ଲେଖିଛନ୍ତି, ‘ଏହାଠାରୁ ଅଧିକ ଖରାପ ଡ୍ରେସିଂ ସେନ୍ସ କାହାର ହୋଇ ପାଇପାରିବ ନାହିଁ।’ ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, ବିଚରା ଘର ଡ୍ରେସ୍ ପୁନ୍ଧିବା ଭୁଲି ଯାଇଛି। ଚେନ୍ରେ କାମ ଚଳାଉଛି।