ଆରପାରିରେ ‘କେଜିଏଫ୍-୨’ର କଳାକାର ମୋହନ ଜୁନେଜା

0
191
kgf-2-actor-mohan-juneja-passes-away at-54

ଚେନ୍ନାଇ: ଫିଲ୍ମ ‘କେଜିଏଫ୍ ୨’ ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହୋଇ ଲଗାତାର ରେକର୍ଡ ପରେ ରେକର୍ଡ କରୁଛି । ୟଶଙ୍କ ଅଭିନୟ ବ୍ୟତୀତ ଫିଲ୍ମର ବାକି କଳାକାରମାନେ ମଧ୍ୟ ବହୁତ ଭଲ କାମ କରିଛନ୍ତି । ତେବେ ଏହାରି ଭିତରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦୁଃଖରେ ଭସାଇଦେଇଛି । ଏହି ଫିଲ୍ମରେ ଅଭିନୟ କରିଥିବା ଅଭିନେତା ମୋହନ ଜୁନେଜାଙ୍କ ମୃତ୍ୟୁ ହୋଇଛି । ୫୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଜୁନେଜା କିଛି ଦିନ ଧରି ଅସୁସ୍ଥ ଥିଲେ । ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଛି।

ମୋହନ ଜୁନେଜା ଜଣେ ହାସ୍ୟ ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । କେଜିଏଫରେ ସେ ସାମ୍ବାଦିକ ଆନନ୍ଦଙ୍କ ଇନଫର୍ମର ଭୂମିକାରେ ଅଭିନୟ କରିଥିଲେ । ସେ ଏହାପୂର୍ବରୁ ଅନେକ ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ ହିନ୍ଦୀ ଭାଷା ଫିଲ୍ମରେ କାମ କରିଥିଲେ । ମୋହନ ଜୁନେଜା ୧୦୦ ରୁ ଅଧିକ ଫିଲ୍ମରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ତାଙ୍କୁ କେଜିଏଫ୍-୧ ସହ କେଜିଏଫ୍-2 ରେ ମଧ୍ୟ ଦେଖିବାକୁ ମିଳିଥିଲା ।

Also Read  Cabinet apprised of the MoU between India and South Africa in the field of Information and Communication Technologies

LEAVE A REPLY

Please enter your comment!
Please enter your name here