ଭୁବନେଶ୍ୱରରେ ବନ୍ଦ ରହିବ ସମସ୍ତ ଧର୍ମାନୁଷ୍ଠାନ : ଜାଣନ୍ତୁ କେବେଠୁ ?

0
386
ଭୁବନେଶ୍ୱରସ୍ଥିତ ରାମ ମନ୍ଦିର
ଭୁବନେଶ୍ୱରସ୍ଥିତ ରାମ ମନ୍ଦିର

ଭୁବନେଶ୍ୱର : ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଗକୁ ଆସୁଛି ନୂଆବର୍ଷ । ତେବେ ପୂର୍ବରୁ ନୂଆବର୍ଷ ପାଇଁ  ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଥିବା ବେଳେ ଏବେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନୂଆ କଟକଣା ଜାରି କରାଯାଇଛି ।

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ଡିସେମ୍ବର ୩୧ରୁ ଜାନୁଆରି ୨ପର୍ଯ୍ୟନ୍ତ କଟକଣା ଜାରି କରିଛି । ନୂଆବର୍ଷରେ ବିଭିନ୍ନ ଧର୍ମାନୁଷ୍ଠାନରେ ଭିଡ ହେବାର ଆଶଙ୍କା ଥିବାରୁ ଆଗାମୀ ୩ ଦିନ ଭକ୍ତଙ୍କ ପାଇଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ ।

ଏହି ସମୟରେ ବିଏମସି ଅଧୀନରେ ଆସୁଥିବା ମନ୍ଦିର, ମସଜିଦ୍, ଗୁରୁଦ୍ୱାରା, ଚର୍ଚ୍ଚ ଭକ୍ତଙ୍କ ପାଇଁ ବନ୍ଦ ରହିବ । କାରଣ ନୂଆବର୍ଷରେ ବିଭିନ୍ନ ଧର୍ମାନୁଷ୍ଠାନରେ ଭିଡ ପରିଲିକ୍ଷିତ ହୋଇଥାଏ । ତେଣୁ ଅଯଥା ଭିଡ଼ ଏଡାଇବାକୁ ଏଭଳି ନିଷ୍ପତ୍ତି ନେଇଛି ବିଏମସି । ତେବେ ଏହି ସମୟରେ ଧର୍ମାନୁଷ୍ଠାନରେ ଠାକୁରଙ୍କ ରୀତିନୀତି ପୂର୍ବଭଳି ଜାରି ରହିବ ବୋଲି ବିଏମସିର ଗାଇଡଲାଇନରେ ଦର୍ଶାଯାଇଛି ।

Also Read  ପ୍ରେମିକର ଘର ଆଗରେ ପ୍ରେମିକାଙ୍କ ଧାରଣା

LEAVE A REPLY

Please enter your comment!
Please enter your name here