ଅନ୍ତର୍ଜାତୀୟ ଯୋଗ ଦିବସ: ଲଦାଖର ୧୭ ହଜାର ଫୁଟ ଉଚ୍ଚ ବରଫ ଉପରେ ଯୋଗ କଲେ ଆଇଟିବିପି ଯବାନ

0
266
itbp-jawans-perform-yoga in-the-bitter-cold-of-ladakh on international-day-of-yoga

ଲଦାଖ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଇଟିବିପିର ଯବାନମାନେ ଉତ୍ତରାଖଣ୍ଡରୁ ନେଇ ଅରୁଣାଚଳ ଯାଏଁ ହିମାଳୟର ବରଫାବୃତ୍ତ ପାହାଡ଼ ଉପରେ ଯୋଗାସନ କରି ସାରା ବିଶ୍ଵକୁ ବାର୍ତ୍ତା ଦେଇଛନ୍ତି। ଲଦ୍ଦାଖ ଏବଂ ସିକିମରେ ୧୭ ହଜାର ଫୁଟ ଉଚ୍ଚରେ ହୀମବୀରମାନେ ସୂର୍ଯ୍ୟ ନମସ୍କାର କରିଛନ୍ତି। ସେହିପରି ଉତରାଖଣ୍ଡରେ ୧୬ ହଜାର ଫୁଟ ଉପରେ ଯୋଗ ପାଳନ କରିଛନ୍ତି ଯବାନ ।

ମହାମାରୀ କରୋନା କଟକଣା କାରଣରୁ ଗତ ୨ ବର୍ଷ ହେଲା ଭର୍ଚୁଆଲରେ ଯୋଗ ଦିବସ ପାଳନ କରାଯାଉଥିଲା। ହେଲେ ଚଳିତ ବର୍ଷ ମହାମାରୀର ପ୍ରକୋପ କମିବାରୁ ସାରା ଦେଶରେ ଖୁବ୍ ଜୋରସୋରରେ ଯୋଗ ଦିବସ ପାଳନ କରାଯାଇଛି। ୮ମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଆଇଟିବିପିର ଯବାନମାନେ ସିକିମରେ ୧୭ ହଜାର ଫୁଟ ଉପରେ ଯୋଗାଭ୍ୟାସ କରିବା ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଆଇଟିବିପି ଯବାନ ହିମାଚଳ ପ୍ରଦେଶରେ ୧୬ ହଜାର ୫୦୦ ଫୁଟ ଉଚ୍ଚରେ ମଧ୍ୟ ଯୋଗ କରିଛନ୍ତି। ସକାଳୁ ସକାଳୁ ବରଫରେ ଯବାନ ଯୋଗ କରି ଦିନ ଆରମ୍ଭ କରିଛନ୍ତି। ଉତ୍ତରାଖଣ୍ଡରେ ଭାରତ-ଚୀନ ସୀମାରେ ଆଇଟିବିପି ଯବାନ ୧୪,୫୦୦ ଉଚ୍ଚରେ ଯୋଗାଭ୍ୟାସ କରିଛନ୍ତି।

Also Read  Submission Deadline for the ‘My Life, My Yoga’ Video Blogging Contest extended till 21st June, 2020