ଏଣିକି ୫୦ ନୁହେଁ, ସର୍ବାଧିକ ୨୫୦ ଜଣ ଯୋଗ ଦେଇପାରିବେ ବିବାହ, ବ୍ରତ ଏବଂ ଅନ୍ତିମ ସଂସ୍କାର ପରି କାର୍ଯ୍ୟକ୍ରମ ରେ

0
417

ଅକ୍ଟୋବର ୩୦

ଏଣିକି ଭୁବନେଶ୍ୱର ରେ ବିବାହ, ବ୍ରତ ଏବଂ ଅନ୍ତିମ ସଂସ୍କାର ପରି କାର୍ଯ୍ୟକ୍ରମ ରେ ୨୫୦ ଜଣ ଯୋଗ ଦେଇପାରିବେ ବୋଲି
ଶନିବାର ଦିନ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ କୁହାଯାଇଛି I

ଏହାପୂର୍ବରୁ ବିଏମସି ବିବାହ, ବ୍ରତ ଏବଂ ଅନ୍ତିମ ସଂସ୍କାର ପରି କାର୍ଯ୍ୟକ୍ରମ ରେ ୫୦ ଜଣ ଯୋଗ ଦେଇପାରିବେ ବୋଲି ଅନୁମତି ଦେଇଥିଲା I

ଯଦିଓ ରାଜ୍ୟ ସରକାର ଓଡିଶାର ଅନ୍ୟ ସ୍ଥାନରେ ଏହିପରି ସମାବେଶରେ ସର୍ବାଧିକ 250 ଜଣ ଉପସ୍ଥିତ ରହିପାରିବା ନେଇ ଅନୁମତି ଦେଇଛନ୍ତି, ତଥାପି ବିଏମସି ଏହି କାର୍ଯ୍ୟରେ ଅତିଥି ସଂଖ୍ୟାକୁ 50 ରେ ସୀମିତ ରଖିଥିଲା I କାରଣ କୋବିଡ -19 କେଶ ଭୁବନେଶ୍ୱରରେ ଅଧିକ ରହିଥିଲା।
ଅକ୍ଟୋବର 29 ରେ ଭୁବନେଶ୍ୱର ରେ 142 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଥିଲେ I ଏହି ସଂଖ୍ୟାକୁ ମିଶାଇ, ରାଜଧାନୀରେ ମୋଟ କୋଭିଡ ଆକ୍ରାନ୍ତ ଙ୍କ ସଂଖ୍ୟା 1,18,076 କୁ ବୃଦ୍ଧି ପାଇଛି। ସେହିଭଳି, ଗତ କାଲି ସୁସ୍ଥ ହେଇଥିଲେ ୨୫୬ ଜଣ ଏବଂ ସୁସ୍ଥ ହେଇଥିବା ରୋଗୀ ଙ୍କ ସଂଖ୍ୟା 1,13,988 କୁ ବୃଦ୍ଧି ପାଇଥିଲା I ଅକ୍ଟୋବର ୨୯ ରେ ୩୦୧୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିଲେ I
ସେହିଭଳି ଗତ କାଲି ସୁଦ୍ଧା, ରାଜଧାନୀ ରେ ସମୁଦାୟ 25,94,297 ଡୋଜ଼ କୋଭିଡ -19 ଟିକା ଦିଆଯାଇଛି। ଏଥିମଧ୍ୟରୁ 13,87,390 ପ୍ରଥମ ଡୋଜ ଏବଂ 12,06,907 ଉଭୟ ଡୋଜ ଗ୍ରହଣ କରିଛନ୍ତି ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି I

Also Read  ରାଜଧାନୀର ୫ଟି ଅଞ୍ଚଳ ହେଲା କଣ୍ଟେନମେଣ୍ଟ

LEAVE A REPLY

Please enter your comment!
Please enter your name here