ଭୁଲିଗଲା ମା’ର ମମତା : ମା’ ତଣ୍ଟିକୁ ବ୍ଲେଡରେ କାଟି ହତ୍ୟା କଲା ପୁଅ

0
434

ବରଗଡ : ପୁଅ ଭୁଲିଗଲା ମା’ର ମମତା। ମା’ର ସ୍ନେହ, ଆଦର। ପୁଅ ପାଇଁ ମା’ର କଷ୍ଟ ସହିବା। ସବୁକିଛି ଭୁଲିଯାଇ ନୃଂଶସ ହୋଇପଡିଥିଲା ପୁଅ। ସାମାନ୍ୟ ବଚସାରୁ ମା’ ତଣ୍ଟିକୁ ବ୍ଲେଡରେ କାଟି ହତ୍ୟା କରିବା ପରେ ଏକ ଅଖା ବସ୍ତାରେ ଭର୍ତ୍ତି କରି ଦେଇଥିଲା । ଏପରି ଘଟଣାର ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଘଟି ଯାଇଛି ।

କୁମ୍ଭାରୀ ଗ୍ରାମର ବନ୍ଧ ପଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ବିଧବା କୌଶଲ୍ୟା ସାହୁ (୬୦) ନିଜ ପୁତ୍ର ବିଦ୍ୟାଧର ସାହୁ (୩୨) ସହ ଘରେ ରୁହନ୍ତି । ବିଦ୍ୟାଧର ବିବାହିତ ଥିବା ବେଳେ ଘରୋଇ କଳହ ପାଇଁ ତାଙ୍କ ସ୍ତ୍ରୀ ଯାଇ ନିଜ ମା’ ପାଖରେ ରହୁଛନ୍ତି । ମଙ୍ଗଳବାର ମଧ୍ୟାହ୍ନ ୧୨ଟା ବେଳେ ସାମାନ୍ୟ ବଚସା ରୁ ଉତକ୍ଷିପ୍ତ ହୋଇ ବିଦ୍ୟାଧର ମା’ ଙ୍କ ତଣ୍ଟି କୁ ବ୍ଲେଡ ରେ ବାରମ୍ବାର କାଟି ପକାଇଥିଲେ । ମା’ ଜୋର୍ ରେ ପାଟି କରିବାରୁ ମା’ କୁ ଏକ ଅଖା ବସ୍ତା ରେ ଭର୍ତ୍ତି କରି ଦେଇଥିଲେ ।

ବରପାଲି ପୋଲିସ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳ ରେ ପହଞ୍ଚି ଅଭିଯୁକ୍ତ ବିଦ୍ୟାଧରକୁ ଗିରଫ କରିଥିବା ବେଳେ ମୃତଦେହ ଜବତ କରିଛି। ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ କରିଛି। ତେବେ ନିଜ ଜନ୍ମକଲା ପୁଅ ନିଜ ମା’କୁ ନୃଶଂସ ଭାବରେ ହତ୍ୟା କରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Also Read  ୨୨ ରାଜ୍ୟର ଶହେ ସହରରେ ସାଇବର ଅପରାଧୀ : ରାଜଧାନୀରୁ ମାସକରେ ଲୁଟିନେଲେ କୋଟିଏ