ମଝି ଚିଲିକାରେ ଅଟକିଲା ଭସାପୋଲ : ୧୫୦ଯାତ୍ରୀ ଓ ୨ଟି ବସ୍ ଫସିରହିଛି

0
865

ବ୍ରହ୍ମଗିରି: ପୁଣି ଚିଲିକା ମଝିରେ ଅଟକିଲା ଭସାପୋଲ । ସାତପଡ଼ାରୁ ଜହ୍ନିକୁଦ ଯିବା ବେଳେ ମାହ୍ନିସା ଗାଁ ନିକଟରେ ଭସାପୋଲଟି ଅଟକି ଯାଇଛି । ଫଳରେ ଦୁଇଟି ବସ ସହିତ ପ୍ରାୟ ୧୫୦ ଯାତ୍ରୀ ଫସି ରହିଛନ୍ତି । ଯାତ୍ରୀଙ୍କ ମଧ୍ୟରେ ଏକାଧିକ ଶିଶୁ ରହିଛନ୍ତି । ପାଣି କମ୍ ଥିବାରୁ ଭସାପୋଲଟି ଅଟକି ରହିଥିବା ସୂଚନା ମିଳିଛି । ଚିଲିକା ମଝିରେ ପୋଲ ଅଟକିବା ନୂଆ ନୁହେଁ । ବାରମ୍ବାର ଏପରି ଘଟଣା ଘଟୁଥିବାରୁ ଯାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

Also Read  ରାଜଧାନୀରେ ପୁଣି ଲୁଟ୍; ସୁନ୍ଦରପଦା ଅଞ୍ଚଳରେ ବ୍ଯବସାୟୀଙ୍କୁ ଭୁଜାଲିରେ ହାଣି ଲୁଟିଲେ ଦୁର୍ବୃତ୍ତ