ମହିଳାଙ୍କ ଠାରୁ ଲୁଟ୍ ବେଳେ ନିର୍ଦ୍ଧୁମ ଛେଚିଲେ

0
817
ଲୁଟ୍ ବେଳେ ନିର୍ଦ୍ଧୁମ ଛେଚିଲେ
ଲୁଟ୍ ବେଳେ ନିର୍ଦ୍ଧୁମ ଛେଚିଲେ

ଭୁବନେଶ୍ୱର: ରାଜଧାନୀରେ ବଢୁଛି ଲୁଟତରାଜ୍। ଲୁଟ ଉଦ୍ୟମ ବେଳେ ଲୁଟେରାଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଲେ ଲୋକେ । ଅପରାହ୍ନରେ ଭୁବନେଶ୍ବର କ୍ଲବ ପାଖରେ ଦୁଇ ଲୁଟେରା ଜଣେ ମହିଳାଙ୍କ ଭ୍ୟାନିଟି ବ୍ୟାଗ ଝାମ୍ପି ଫେରାର ହେବାକୁ ଚେଷ୍ଟା କରୁଥିଲେ । ହେଲେ ସାମ୍ନା ଟ୍ରାଫିକ ପାଖରେ ଆଉ ଜଣେ ଅଟୋ ଚାଳକ ସେମାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ ।

ଦୁଇ ଜଣଙ୍କୁ କାବୁ କରିବା ସମୟରେ ଜଣେ ଫେରାର୍ ହେବାକୁ ସକ୍ଷମ ହୋଇଥିଲା । ଜଣେ ଲୁଟେରାଙ୍କୁ ଧରିବା ପରେ ଲୋକମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଟ୍ରାଫିକ ପୋଲିସ ପବ୍ଲିକକୁ ଅଟକାଇବାକୁ ଯାଇ ନାକେଦମ ହୋଇଥିଲା । ଦୀର୍ଘ ୨୦ମିନିଟ ପରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା।

Also Read  ଆଜି ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନୂଆ ବର୍ଷ