ମାର୍ଚ୍ଚ ଯାଏ ଅତିରିକ୍ତ ୫ କେଜି ମାଗଣା ଚାଉଳ

0
391
ମାର୍ଚ୍ଚ ଯାଏ ଅତିରିକ୍ତ ୫ କେଜି ମାଗଣା ଚାଉଳ
ମାର୍ଚ୍ଚ ଯାଏ ଅତିରିକ୍ତ ୫ କେଜି ମାଗଣା ଚାଉଳ

ଭୁବନେଶ୍ୱର: ମାର୍ଚ୍ଚ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କ ପାଇଁ ଖୁସି ଖବର । ୨୦୨୨ ମାର୍ଚ୍ଚ ମାସ ଯାଏ ପ୍ରତିମାସ ୫ କେଜି ଚାଉଳ ମାଗଣାରେ ହିତାଧିକାରୀଙ୍କୁ ଦିଆଯିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ରାଜ୍ୟର ୯.୧୫ ଲକ୍ଷ ଲୋକ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ୬୮.୧୩ କୋଟିରୁ ଅଧିକ ଟଙ୍କା ବ୍ୟୟ କରିବେ ।

ଡିସେମ୍ବରରୁ ମାର୍ଚ୍ଚ ଯାଏଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ମୁଣ୍ଡ ପିଛା ଅତିରିକ୍ତ ୫ କେଜି ମାଗଣା ଚାଉଳ ଯୋଗାଇ ଦିଆଯିବ । କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୨ ଲକ୍ଷ ୮୮ ହଜାର ୫୨୮ ପରିବାରର ୯ ଲକ୍ଷ ୧୫ ହଜାର ୫୩୨ ଜଣ ଉପକୃତ ହେବେ ।

ଏଥିପାଇଁ ମାସିକ ୪,୫୮୭ ଟନ ଚାଉଳ ଯୋଗାଇ ଦିଆଯିବ । ୪ ମାସରେ ରାଜ୍ୟ କୋଟାରୁ ମୋଟ ୧୮, ୩୧୦.୬୪୦ ଟନ ଚାଉଳ ଯୋଗାଣ ପାଇଁ ରାଜ୍ୟ ସରକାର ୬୮.୧୩ କୋଟି ଟଙ୍କା ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ କରିବେ ।

Also Read  ଓଡ଼ିଶାର ୬ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ସ୍ୱତନ୍ତ୍ର ଲଫାପା ଉନ୍ମୋଚନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ

LEAVE A REPLY

Please enter your comment!
Please enter your name here