ମାଲକାନଗିରି ସୀମାନ୍ତରେ ମାଓବାଦୀଙ୍କ ଲଙ୍କାକାଣ୍ଡ : ଜାଳିଦେଲେ ୫ ଗାଡ଼ି, ସୁପରଭାଇଜରଙ୍କୁ ଅପହରଣ

0
669
ଜାଳିଦେଲେ ୫ ଗାଡ଼ି
ଜାଳିଦେଲେ ୫ ଗାଡ଼ି

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଗରି‌ଆବନ୍ଧ ପିପଲଖୁଟାରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ପୁଣି ମାତିଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ ପରେ ଅପହରଣ। ପିପଲଖୁଟା ଗାଁ ନିକଟରେ ୫ ରୁ ଅଧିକ ଗାଡ଼ି ଜାଳିଦେଲେ ମାଓବାଦୀ।

ଜଳସେଚନ ବିଭାଗର କେନାଲ କାମରେ ନିୟଜିତ ଗାଡ଼ିକୁ ଜାଳିଦେଲେ ମାଓବାଦୀ। କେନାଲ କାମରେ ନିୟୋଜିତ ଥିଲା ଏହି ସବୁ ଗାଡ଼ି। ମାଓବାଦୀ କେନାଲ କାମକୁ ବିରୋଧ କରି ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଥିବା ସୁପରଭାଇଜରକୁ ଅପହରଣ କରିଛନ୍ତି ମାଓବାଦୀ। ଗତକାଲି ମାଓବାଦୀଙ୍କ ସହିଦ ସପ୍ତାହର ଶେଷ ଦିନ ଥିବା ବେଳେ ନକ୍ସଲ ଏଭଳି ହିଂସାତ୍ମକ ହୋଇପଡିଥିଲେ। ଶହେରୁ ଉର୍ଦ୍ଧ୍ବ ନକ୍ସଲ ଏହି ଘଟଣା ଘଟାଇଥିବା ଜଣାପଡିଛି। ପୁଲିସ ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଁଚି ନଥିବା ବେଳେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି।

Also Read  14-month old baby girl run over by tractor in Dhamgarh village in Kalahandi