ବିପିନ ରାୱତ୍‌ଙ୍କ ଆକସ୍ମିକ ମୃତ୍ୟୁ ପରେ କିଏ ହେବେ ପରବର୍ତ୍ତୀ ‘ସିଡିଏସ୍‌’?

0
1005
ବିପିନ ରାୱତ୍‌
ବିପିନ ରାୱତ୍‌

ନୂଆଦିଲ୍ଲୀ: ଗତକାଲି ତାମିଲନାଡୁ ଅନ୍ତର୍ଗତ କୁନୁର ନିକଟରେ ହେଲିକପ୍ଟର୍‌ ଦୁର୍ଘଟଣା ଯୋଗୁଁ ହଠାତ୍‌ ଏବଂ ଅସମୟରେ ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ମୃତ୍ୟୁବରଣ କରିବା ପରେ ତାଙ୍କ ପଦବୀର ସମ୍ଭାବ୍ୟ ଉତ୍ତରାଧିକାରୀ ଚୟନ ସମ୍ପ୍ରତି ବଡ଼ ପ୍ରଶ୍ନବାଚୀ ଭାବେ ଉଭା ହୋଇଛି।

ରଣନୈତିକ ଭାବେ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଉକ୍ତ ପଦବୀକୁ ଦୀର୍ଘ ଦିନ ଖାଲି ପକାଇ ହେବନାହିଁ। ତେଣୁ, ସରକାର ଯଥା ଶୀଘ୍ର ସରକାର ଜଣେ ନୂଆ ‘ସିଡିଏସ୍‌’ଙ୍କୁ ନିଯୁକ୍ତ କରିବେ। ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଆଗାମୀ ୭ରୁ ୧୦ ଦିନ ମଧ୍ୟରେ ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ପଦବୀ ପୂରଣ କରାଯିବ। ନିୟମାନୁସାରେ, ସଶସ୍ତ୍ର ବାହିନୀର ଯେକୌଣସି କମାଣ୍ଡିଙ୍ଗ୍‌ ଅଫିସର୍‌ କିଂବା ଫ୍ଲାଗ୍‌ ଅଫିସର୍‌ ଉକ୍ତ ପଦବୀ ପାଇଁ ଯୋଗ୍ୟ।

br1

ଜେନେରାଲ୍‌ ବିପିନ୍‌ ରାୱତ୍‌ ପ୍ରଥମ ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍ ‌ଷ୍ଟାଫ୍‌’ ଭାବେ ଅବସ୍ଥାପିତ ହୋଇଥିବାରୁ ଉକ୍ତ ପଦବୀରେ ନି‌ମନ୍ତେ କୌଣସି ଦୃଷ୍ଟାନ୍ତ ନାହିଁ। ତେଣୁ, ଏହି ପ୍ରମୁଖ ପଦବୀରେ ନିଯୁକ୍ତି ଦେବା ପୂର୍ବରୁ ସରକାରଙ୍କୁ ବହୁ ଦିଗରୁ ବିଚାର କରିବାକୁ ପଡ଼ିବ।

୨୦୧୬ ଡିସେମ୍ବର ୩୧ରେ ୨୬ତମ ‘ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌’ ଭାବେ ନିଯୁକ୍ତି ପାଇବା ବେଳେ ଜେନେରାଲ୍‌ ବିପିନ ରାୱତ୍‌  ଅନ୍ୟ ଦୁଇଜଣ ସେନା ଅଧିକାରୀ ଲେଫ୍‌ଟନାଣ୍ଟ୍‌ ଜେନେରାଲ୍‌ ପ୍ରବୀଣ ବକ୍ସି ଏବଂ ପିଏମ୍‌ ହାରିଜ୍‌ଙ୍କୁ ପଛରେ ପକାଇ ଦେଇଥିଲେ। ଏହାଛଡ଼ା, ‘ସିଡିଏସ୍‌’ ହେବାକୁ ଥିବା ସେନା ଅଧିକାରୀମାନେ ‘ଫୋର୍‌-ଷ୍ଟାର୍‌ ଜେନେରାଲ୍‌’ କିଂବା ତତୁଲ୍ୟ ପାହ୍ୟାର ଭାରତୀୟ ବାୟୁସେନା (ଏୟାର୍‌ ଚିଫ୍‌ ମାର୍ସାଲ୍‌) ଏବଂ ଭାରତୀୟ ନୌସେନା (ଆଡ୍‌ମିରାଲ୍‌) ହୋଇଥିବା ଆବଶ୍ୟକ।

Also Read  ୭ରୁ ଖୋଲିବ ସ୍କୁଲ-କଲେଜ : ୧୪ରୁ ପ୍ରଥମରୁ ସପ୍ତମ ପାଠପଢ଼ା