ରାଜ୍ୟରେ ଅଧାରୁ ୪୯,ଠ୯ ପିଲା ପାଠ ପଢ଼ା ଛାଡ଼ିଛନ୍ତି : କେଉଁ ଜିଲ୍ଲାରେ କେତେ ଜାଣନ୍ତୁ …?

0
318
little change in morning-school-time-teble in odisha
  • ୨ଠ୧୯-୨ଠରେ ଅଧାରୁ ପାଠ ଛାଡ଼ିଛନ୍ତି ୮୧୬୮ ପିଲା
  • ୨୮.୮୭% ଛାତ୍ରଛାତ୍ରୀଙ୍କ ପାଖରେ ଅଛି ସ୍ମାର୍ଟଫୋନ୍ ସୁବିଧା

ଭୁବନେଶ୍ୱର : ରାଜ୍ୟରେ ଅଧାରୁ ପାଠ ପଢ଼ା ଛାଡ଼ୁଛନ୍ତି ପିଲା । ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ସ୍ତରରେ ଡ୍ରପ୍ ଅ।ଉଟ୍ ପିଲାଙ୍କ ସଂଖ୍ୟା ୪୯,ଠ୯୮ । ଅନ୍ୟପକ୍ଷରେ ମହାମାରୀ କରୋନା ସମୟରେ ଅନ୍‌ଲାଇନ୍ ଶିକ୍ଷାଦାନକୁ ଗୁରୁତ୍ୱ ଦିଅ ।ଯାଉଛି । ହେଲେ ମାତ୍ର ୨୮.୮୭ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ସୁବିଧା ରହିଛି । ବିଧାନସଭାରେ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉ ର ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ପ୍ରଦାନ କରିଛନ୍ତି ।

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, ୪୯ଠ୯୮ ଡ୍ରପ୍ ଅ ।ଉଟ୍‌ଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲାର ସର୍ବାଧିକ ୬୭୩୧ ଛାତ୍ରଛାତ୍ରୀ ରହିଥିବାବେଳେ ମୟୂରଭଞ୍ଜରେ ସବୁଠୁ କମ୍ ୧୩ ପିଲା ଅଧାରୁ ପାଠପଢ଼ାରେ ଡୋରି ବାନ୍ଧିଛନ୍ତି । ଏହାସହ ଅନୁଗୁଳରେ ୨୭୧୫, ବରଗଡ଼ରେ ୨୬୭୯, ଗଞ୍ଜାମରେ ୨୩୬୩, କୋରାପୁଟରେ ୩୫୮୭, ମାଲକାନଗିରିରେ ୨ଠ୨ଠ, ନୂଅ।ପଡ଼ାରେ ୨୩୫ଠ, ସୁନ୍ଦରଗଡ଼ରେ ୩୪୨୬, ଜଗତସିଂହପୁରରେ ୧୩୬୪, ଖୋର୍ଦ୍ଧାରେ ୧୭୩୪, କଟକରେ ୧୯ ପିଲା ପାଠପଢ଼ାରୁ ବିମୁଖ ହୋଇଛନ୍ତି । ସେହିପରି ୧୧,ଠ୪୫ ଅନୁସୂଚିତ ଜାତି (ଏସ୍‌ସି) ଛାତ୍ରଛାତ୍ରୀ ଏବଂ ୧୫,୭୯୨ ଅନୁସୂଚିତ ଜନଜାତି (ଏସ୍‌ଟି) ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି । ୨ଠ୨ଠ-୨୧ରେ ଓଡ଼ିଶାରେ ମାଧ୍ୟମିକ ସ୍ତରରେ ଡ୍ରପ୍ ଅ ।ଉଟ୍ ହାର ୧୬.ଠ୬% ରହିଥିବାବେଳେ ୨ଠ୧୯-୨ଠରେ ଦେଶରେ ଏହା ୧୬.୧ ପ୍ରତିଶତ ରହିଥିଲା । ଜାତୀୟ ହାର ତୁଳନାରେ ଓଡ଼ିଶାରେ ଡ୍ରପ୍ ଅ।ଉଟ୍ ହାର .ଠ୪ ପ୍ରତିଶତ କମ୍ ରହିଛି ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ଅନ୍ୟପକ୍ଷରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର  ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି, କରୋନା ପରବ ର୍ୀ ସମୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି । ସ୍କୁଲ୍ ଖୋଲିବା ପରେ ପିଲାମାନେ ବିଦ୍ୟାଳୟକୁ ଅ ।ସିବାକୁ ଅ ।ଗ୍ରହ ପ୍ରକାଶ କରୁନଥିବା ବିଷୟର ତଥ୍ୟ ହସ୍ତଗତ ହୋଇନି । ତେବେ ୨ଠ୧୯-୨ଠ ତଥ୍ୟ ଅନୁସାରେ, ରାଜ୍ୟରେ ମୋଟ୍ ୮୧୬୮ ପିଲା ଅଧାରୁ ପାଠ ଛାଡ଼ିଛନ୍ତି । ଏଥିମଧ୍ୟରେ ନୂଅ ।ପଡ଼ା ଜିଲ୍ଲାରେ ୮୯୬ ଛାତ୍ରଛାତ୍ରୀ ରହିଥିବାବେଳେ କେନ୍ଦୁଝରରେ ୬୮୧, ଗଞ୍ଜାମରେ ୫୮୩, କଳାହାଣ୍ଡିରେ ୫୨୮, ଯାଜପୁରରେ ୪୪୯, ବୌଦ୍ଧରେ ୨୧ ଜଣ ରହିଛନ୍ତି । କୋରାପୁଟ ଜିଲ୍ଲାରେ ମୋଟ୍ ୪୨୮ ଜଣ ଅଧାରୁ ପାଠ ଛାଡ଼ିଥିବା ପିଲା ଅଛନ୍ତି । ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ ସମଗ୍ର ଶିକ୍ଷା ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମମାନ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକମାନଙ୍କୁ ଦାୟିତ୍ୱ ଦିଅ ।ଯାଇଥିବା ମନ୍ତ୍ରୀଙ୍କ ଉ ରରେ ଉଲ୍ଲେଖ ରହିଛି ।

Also Read  House adjourned after Congress demands apology from PM for his remarks on Odisha

ତେବେ କରୋନା ମହାମାରୀ ସମୟରେ ଅନ୍‌ଲାଇନ୍ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଅ।ଯାଉଥିବାବେଳେ ବହୁ କମ୍ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟଫୋନ୍ ଉପଲବ୍ଧ ଅଛି । ବିଧାୟିକା କୁସୁମ ଟେଟେଙ୍କ ଅନ୍ୟଏକ ପ୍ରଶ୍ନର ଲିଖିତ  ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ରାଜ୍ୟରେ ମୋଟ୍ ୨୮.୮୭ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ସୁବିଧା ରହିଛି । ୨ଠ୨ଠ ସେପ୍ଟେମ୍ବର ମାସରେ ପ୍ରଥମ ଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍ମାର୍ଟ ଫୋନ୍ ଉପଲବ୍ଧତାକୁ ନେଇ ହୋଇଥିବା ସର୍ଭେରୁ ଏହି ତଥ୍ୟ ଅ ।ସିଛି । ଖୋର୍ଦ୍ଧା ଜିଲ୍ଲାରେ ୪୫.୮ଠ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ଥିବାବେଳେ କନ୍ଧମାଳ ଜିଲ୍ଲାରେ ୧୩.୩୮ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ଏହି ସୁବିଧା ରହିଛି । ସେହିପରି ବିଧାୟିକା କୁସୁମ ଟେଟେଙ୍କ ଅନ୍ୟଏକ ପ୍ରଶ୍ନର ଉ ରରେ ମନ୍ତ୍ରୀ ଦର୍ଶାଇଛନ୍ତି, କୋଭିଡ୍ ସମୟରେ ୟୁଟ୍ୟୁବ୍ ଜରିଅ ।ରେ ଶିକ୍ଷାଦାନ ପାଇଁ ଯେଉଁ ଉଦ୍ୟମ ହୋଇଥିଲା, ସେଥିରେ ରାଜ୍ୟରେ ହାରାହାରି ୩୩.୫୨% ପିଲା ଶିକ୍ଷା ଗ୍ରହଣରେ ସଫଳ ହୋଇଥିଲେ ।