ଉଡାଣ ପୂର୍ବରୁ ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ବିମାନ, ଅଳ୍ପକେ ରକ୍ଷା ପାଇଲେ ଯାତ୍ରୀ

0
694
flight-collided-with-an-electric-pole-at-the-delhi-airport

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ସ୍ପାଇସଜେଟର ଏକ ବିମାନ । ଆଜି ସକାଳୁ ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଯାତ୍ରା ଆରମ୍ଭ କରୁଥିବା ବେଳେ ସ୍ପାଇସ୍‌ଜେଟ୍‌ର ଏକ ଯାତ୍ରୀବାହୀ ବିମାନ, ବିମାନ ବନ୍ଦରରେ ଥିବା ଏକ ଲ୍ୟାମ୍ପ ପୋଷ୍ଟ ସହ ଧକ୍କା ହୋଇଛି। ଏଥିରେ ଲମ୍ପ ପୋଷ୍ଟଟି ବଙ୍କା ହୋଇଯିବା ସହ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେବେ ବଡ ଧରଣର ବିପଦରୁ ଅଳ୍ପକେ ସମସ୍ତେ ବର୍ତ୍ତି ଯାଇଥିଲେ । ଏହାପରେ ବିମାନରେ ଥିବା ଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ ଜମ୍ମୁକୁ ପଠାଯାଇଥିଲା । ତେବେ ଏହି ଘଟଣାରେ କେହି ଆହତ ହୋଇନଥିବା ବେଳେ ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିମାନକୁ ପୁସ୍‌ବ୍ୟାକ୍‌ କରିବା ବେଳେ ଲ୍ୟାମ୍ପପୋଷ୍ଟ ସହ ଧକ୍କା ହୋଇଥିଲା। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। କେବଳ ବିମାନଟିର ଡେଣା କ୍ଷତିଗ୍ରସ୍ତ ହୋଇଛି।

Also Read  Engine detached from Bogies in Rourkela, Odisha: Action to be initiated by ECoR against erring employees for dereliction of duty