ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟରେ ଇଡି ଚଢଉ

0
451
ed-conduct-raids-at-national-herald-office

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଅଫିସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢଉ । ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ପଚରାଉଚରା କରିବାର କିଛି ଦିନ ପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ଖବରକାଗଜ କାର୍ଯ୍ୟାଳୟ ସମେତ ପ୍ରାୟ ଦଶଟି ସ୍ଥାନରେ ଚଢ଼ାଉ କରିଛି। ଦିଲ୍ଲୀ ଓ କୋଲକାତାର ୧୨ଟି ସ୍ଥାନରେ ଚଢ଼ାଉ କରିଛି।

ନିକଟରେ ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପଚରାଉଚରା କରିଥିଲା। ଇଡି ସୋନିଆଙ୍କୁ ପ୍ରାୟ ୧୦୦ରୁ ଅଧିକ ପ୍ରଶ୍ନ କରିଥିଲେ। କେବଳ ଏତିକି ନୁହେଁ, ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ଇଡି ପାଞ୍ଚ ଦିନ ଯାଏ ଘାଣ୍ଟିଥିଲା। ପାଖାପାଖି ତାଙ୍କୁ ୧୫୦ରୁ ଅଧିକ ପ୍ରଶ୍ନ କରାଯାଇଥିଲା। ଏହି ସମୟରେ ଇଡିଙ୍କ ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ କଂଗ୍ରେସ ସାରା ଦେଶରେ ସତ୍ୟଗ୍ରାହ କରିଥିଲା। ଏହି ସମୟରେ ଅନେକ କଂଗ୍ରେସ ନେତାଙ୍କୁ ପୁଲିସ ଉଠାଇ ନେଇଥିଲା।

Also Read  ଅନ୍‌ଲାଇନ୍‌ରେ ମୋବାଇଲ୍ କିଣିବାକୁ ଯାଇ ସାଇବର ଠକେଇର ଶିକାର ହେଲେ ଯୁବତୀ