ମା’ ସାଜିଲା ପିଶାଚିନୀ : ୨ ମାସର ପୁଅ ତଣ୍ଟି ଚିପି ହତ୍ୟା କଲା

0
695
୨ ମାସର ପୁଅ ତଣ୍ଟି ଚିପି ହତ୍ୟା କଲା
୨ ମାସର ପୁଅ ତଣ୍ଟି ଚିପି ହତ୍ୟା କଲା

କେନ୍ଦ୍ରାପଡ଼ା : ମା’ ସାଜିଲା ପିଶାଚିନୀ । ନିଜ ପଣତ କାନିରେ ଯେଉଁ ମା’ ଛୁଆକୁ ସବୁବେଳେ ଢାଙ୍କି ରଖିଥାଏ, ଯେଉଁ ହାତରେ ତାକୁ ମମତାବୋଳା ସ୍ପର୍ଶ ଦେଇଥାଏ, ସେହି ହାତରେ ଚିପି ଦେଲା ତା’ ତଣ୍ଟି। ଯେଉଁ ମା’ ନିଜ ଗର୍ଭରୁ ଛୁଆକୁ ଜନ୍ମ ଦେଇ ଦୁନିଆର ଆଲୋକ ଦେଖାଇଥିଲା, ମାତ୍ର ୨ ମାସ ନ ପୁରୂଣୁ ଜୀବନ ନେଇଗଲା ସେହି ମା’ । ପତିପତ୍ନୀଙ୍କ ମଧ୍ୟରେ ଲାଗିଥିବା କଳହରେ ବଳି ପଡ଼ିଗଲା ନିଷ୍ପାପ ଶିଶୁ। ପାରିବାରିକ କଳହକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା କାନପୁର ଗାଁରେ ଘଟିଯାଇଛି ଏପରି ଅଭାବନୀୟ କାଣ୍ଡ । ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଉଭୟ ବାପାମା’ଙ୍କୁ ଅଟକ ରଖିଛି।

ସୂଚନା ଅନୁଯାୟୀ, କାନପୁର ଗାଁର ସତ୍ୟରଞ୍ଜନ ପରିଡ଼ା ୨ ବର୍ଷ ପୂର୍ବେ ଲକ୍ଷ୍ମୀପ୍ରିୟା ପରିଡ଼ାଙ୍କୁ ପ୍ରେମ ବିବାହ କରିଥିଲେ।  ହେଲେ ଆର୍ଥିକ ଅନଟନକୁ ନେଇ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ କଳହ ଲାଗି ରହୁଥିଲା। ଇତିମଧ୍ୟରେ ୨ ମାସ ପୂର୍ବେ ଉଭୟଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଏହା ପରେ ମଧ୍ୟ କଳହ ଥମିବା ନାଁ ଧରୁ  ନ ଥିଲା।  କଳହ ଉଗ୍ର ରୂପ ନେବାରୁ ମହିଳାଜଣକ ନିଜ ଶିଶୁ ପୁତ୍ରକୁ ଧରି ବାପ ଘରକୁ ଚାଲି ଯାଇଥିଲେ। ଏହାପରେ ୨ ଦିନ ପୂର୍ବେ ତାଙ୍କ ଭିଣୋଇ ଆଣି ଶାଶୁ ଘରେ ଛାଡ଼ି ଯାଇଥିଲେ।

ଲେ ଏହାପରେ ଗତ ରାତିରେ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ଧାରଣ କରିଥିଲା। ଏହାପରେ ପୁଅକୁ କିଏ ନେଇଯାଇଥିବା ମହିଳାଜଣକ ପରିବାର ଲୋକଙ୍କୁ କହିଥିଲେ। ଏହାପରେ ପରିବାର ଲୋକଙ୍କ ସମେତ ପୁଲିସ୍‌ ଖୋଜାଖୋଜି କରି କୂଅରୁ ଶିଶୁର ମୃତଦେହ ଉଦ୍ଧାର କରିଥିଲେ। ଏନେଇ ମୃତ ଶିଶୁର ପିତା ସତ୍ୟରଞ୍ଜନ କହିଛନ୍ତି, ପତ୍ନୀଙ୍କର ମାନସିକ ବିକୃତି ଥିଲା। ସବୁବେଳେ ଘରୁ ପଳାଉଥିଲେ। ଗତ ରାତିରେ ଖାଇ ସାରି ସମସ୍ତେ ଶୋଇଥିବା ବେଳେ ଲକ୍ଷ୍ମୀପ୍ରିୟା ଶିଶୁଟିକୁ ମଶାରୀ ଭିତରୁ ଟାଣି ଆଣି ତଣ୍ଟି ଚିପି ମାରି ଦେଇଥିଲେ। ଏହାପରେ ପରିବାର ଲୋକ ସନ୍ଦେହ କରିବେ ଭାବି ଏକ ଅଖାରେ ପୁରାଇ ପଥର ବାନ୍ଧି ନିକଟରେ ଥିବା ଏକ ପରିତ୍ୟକ୍ତ କୂଅକୁ ଫୋପାଡ଼ି ଦେଇଥିଲେ। ଏହାପରେ ଘରକୁ ଆସି ଚିତ୍କାର କରି ମୋ ପୁଅକୁ କିଏ ଚୋରି କରି ନେଇଗଲା ବୋଲି କହିଥିଲେ।

ପରିବାର ଲୋକ ଚାରିଆଡ଼େ ଖୋଜାଖୋଜି ଆରମ୍ଭ କରି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବା ସହ ଶିଶୁର ପିତାମାତାଙ୍କୁ ପଚରାଉଚରା କରିଥିଲେ। ଏହାପରେ ସନ୍ଦେହ ହେବାରୁ ସେମାନଙ୍କୁ ଥାନାକୁ ଚାଲିବାକୁ କହିଥିଲା। ଏହାଶୁଣି ଲକ୍ଷ୍ମୀପ୍ରିୟା ନିଜ ଛୁଆକୁ ତଣ୍ଟି ଚିପି ମାରିଥିବା ପୁଲିସ୍‌କୁ କହିବା ସହ ନିକଟସ୍ଥ କୂଅରେ ପକାଇଥିବା କହିଥିଲେ।ଏହାପରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଶିଶୁଟିକୁ ଖୋଜାଖୋଜି କରି କୂଅରୁ ଉଦ୍ଧାର କରିଥିଲେ। ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

Also Read  No secret cellar, tunnel in Puri Ratna Bhandar