୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ଆରମ୍ଭ : ପିଲାମାନେ ସିଧାସଳଖ ଆସି ବି ଟିକା ନେଇପାରିବେ

0
416
୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ଆରମ୍ଭ
୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ଆରମ୍ଭ

ଆରମ୍ଭ ହେଲା ୧୫ରୁ ୧୮ ବର୍ଷ କିଶୋରଙ୍କୁ ଟିକାକରଣ । କେନ୍ଦ୍ରର ଗାଇଡଲାଇନ୍ ଅନୁସାରେ ଚାଲିଛି ଟିକାକରଣ । ସକାଳ ୮ରୁ ଆରମ୍ଭ ହୋଇଥିବା ଟିକାକରଣ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଚାଲିବ । କିଶୋରଙ୍କୁ କେବଳ କୋଭାକ୍ସିନ ଦିଆଯାଉଛି ।

ରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ପିଲାମାନେ ସିଧାସଳଖ ଆସି ବି ଟିକା ନେଇପାରିବେ। ଯେଉଁମାନେ ଅନଲାଇନ ପଞ୍ଜିକରଣ କରିନାହାନ୍ତି, ସେମାନଙ୍କୁ ଅନ ସାଇଟ ପଞ୍ଜିକରଣ କାରାଯାଇ ଟିକା ଦିଆଯିବ। ସମସ୍ତ କୋଭିଡ ନିୟମ ମାନିବା କୁ ପରାମର୍ଶ ଦିଆଯାଇଛି। କୌଣସି ପାର୍ଶ୍ଵ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ଯେଉଁମାନଙ୍କର ପରୀକ୍ଷା ଅଛି ସେମାନଙ୍କୁ ପରୀକ୍ଷା ପରେ ଟିକା ଦିଆଯିବ। ସକାଳୁ ସୁଦ୍ଧା ୧୮୮୨ ଜଣ ୧୫ ରୁ ୧୮ ବର୍ଷ ପିଲା ଟିକା ନେଇ ସାରିଲେଣି। ଗତକାଲି ଶିକ୍ଷା ବିଭାଗ ସହ ବୈଠକରେ ନିଷ୍ପତ୍ତି ହୋଇଛି ଶିକ୍ଷକମାନେ ପିଲା ଓ ଅଭିଭାବକଙ୍କୁ ସଚେତନ କରିବେ। ପିଲାମାନଙ୍କୁ କୋଭାକ୍ସିନ ଟିକା ଦିଆଯିବ, ଯାହାକି ସମ୍ପୂର୍ଣ୍ଣ ନିରାପଦ। ପ୍ରତି ସ୍କୁଲ ମଧ୍ୟ ୧୫ ରୁ ୧୮ ବର୍ଷ ପିଲାଙ୍କ ଏକ ତାଲିକା ପ୍ରସ୍ତୁତ କରିବେ। ଯେଉଁ ସ୍କୁଲ ଭିତ୍ତିଭୂମି ଠିକ ଅଛି କିମ୍ବା ପରୀକ୍ଷା ନାହିଁ ସେହି ସ୍କୁଲରେ ଟିକାକରଣ କେନ୍ଦ୍ର କରିପାରିବେ। ଆଜି ବି ବହୁ ସ୍କୁଲରେ ଟିକାକରଣ କେନ୍ଦ୍ର କରାଯାଇଛି।

ରାଜ୍ୟରେ ସାଢେ ୩ ଲକ୍ଷରୁ ଅଧିକ କିଶୋର ଟିକା ନେବାକୁ ପଞ୍ଜିକରଣ କରିସାରିଛନ୍ତି । ମୋଟ ୨୬ ଶହ ଟିକାକରଣ କେନ୍ଦ୍ରରେ ଭ୍ୟାକ୍ସିନ ଦିଆଯାଉଛି । ସେଥିମଧ୍ୟରୁ କିଛି ଟିକାକେନ୍ଦ୍ର ସ୍ବତନ୍ତ୍ର ଭାବେ କିଶୋରଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ରାଜ୍ୟର ମୋଟ ୨୩ ଲକ୍ଷ ୬୫ ହଜାର କିଶୋରଙ୍କୁ ଟିକା ଦିଆଯିବ । ପ୍ରଥମ ଡୋଜ୍ ନେବାର ୨୮ରୁ ୪୨ ଦିନ ମଧ୍ୟରେ ଦ୍ବିତୀୟ ଡୋଜ ଦିଆଯିବ । କରୋନାରେ ପୀଡ଼ିତ ଛାତ୍ରଛାତ୍ରୀ ସୁସ୍ଥ ହେବାର ୩ ମାସ ପରେ ଟିକା ନେଇପାରିବେ ।

Also Read  No VVIP comforts for me, no red lights atop vehicle, no security: Narsingh Mishra