ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ,ଆଉ ୬ ମାସ ପାଇଁ ହିତାଧିକାରୀଙ୍କୁ ମିଳିବ ମାଗଣା ଚାଉଳ

0
599

ଭୁବନେଶ୍ୱର : ଓଡ଼ିଶା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଏଣିକି ହିତାଧିକାରୀଙ୍କୁ ଆଉ ୬ ମାସ ମିଳିବ ମାଗଣା ଚାଉଳ । ହିତାଧିକାରୀମାନେ ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ଯାଏ ମାଗଣା ଚାଉଳ ପାଇବେ । ପ୍ରତି ପରିବାରକୁ ମାସକୁ ମୁଣ୍ଡ ପିଛା ୫ କେଜି ମାଗଣା ଚାଉଳ ମିଳିବ ।

ଏଥିରେ ୮.୦୯ଲକ୍ଷ ହିତାଧିକାରୀ ଉପକୃତ ହେବେ । ୨୪,୨୭୦ ଟନ୍ ଚାଉଳ ପ୍ରଦାନ କରାଯିବ ।ଏନେଇ ରାଜ୍ୟ ରାଜକୋଷରୁ ୯୧.୭୦ କୋଟି ଟଙ୍କା ଖର୍ଚ୍ଚ ହେବ । ୬ ମାସ ଅବଧି ବଢାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀମାନେ ଏହି ସୁବିଧା ପାଇପାରିବେ ।

Also Read  ଦିନରେ ଖରା..ରାତିରେ ବର୍ଷା: କାଳବୈଶାଖି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା