‘ମୋ ସ୍ୱାମୀ ଅନେକ ଝିଅଙ୍କ ସହିତ ରଖିଛନ୍ତି ଶାରୀରିକ ସମ୍ପର୍କ’

0
1538

ରାଜଗାଙ୍ଗପୁର : “ମୋ ସ୍ୱାମୀ ଅନେକ ଝିଅଙ୍କ ସହିତ ରଖିଛନ୍ତି ଶାରୀରିକ ସମ୍ପର୍କ। ଯେତେ ବୁଝାଇଲେ ମଧ୍ୟ ବୁଝୁନାହାନ୍ତି।” ତହସିଲଦାରଙ୍କ ସ୍ତ୍ରୀ ଡାଲିଆ ଦେବନାଥ ଆଜି ଏପରି ଅଭିଯୋଗ ଆଣିଛନ୍ତି। ଏପରିକି ସ୍ୱାମୀଙ୍କୁ ଖୋଜିବା ପାଇଁ ତହସିଲ ଅଫିସ୍‌କୁ ଆସିଥିଲେ। ମାତ୍ର ସ୍ୱାମୀଙ୍କ ଦେଖାନପାଇ ତହସିଲ କର୍ମଚାରୀଙ୍କ ଉପରେ ନିର୍ଧୁମ ବର୍ଷିଛନ୍ତି। ଆଉ କର୍ମଚାରୀଙ୍କ ମାଧ୍ୟମରେ ସ୍ୱାମୀଙ୍କୁ ଫୋନ୍ କରି ବହେ ଧୋଇଛନ୍ତି।

ଗଣମାଧ୍ୟମକୁ ଡାଲିଆ ଦେବନାଥ କହିଛନ୍ତି, “ମୁଁ ୨୦୦୬ ମସିହାରେ ରେଜିଷ୍ଟ୍ରୀ ବିବାହ କରିଥିଲି। ବାହାଘରର ଦୁଇରୁ ତିନି ମାସ ପରେ ତାଙ୍କର ଅନୈତିକ ପ୍ରେମ ସମ୍ପର୍କରେ ଜାଣିବାକୁ ପାଇଲି। ପ୍ରଥମେ ତାଙ୍କୁ ବହୁ ବୁଝାଇଥିଲି। ପୂର୍ବ କଥାକୁ ଛାଡ଼ି ବର୍ତ୍ତମାନକୁ ନେଇ ଚଳିବାକୁ କହିଥିଲି। ହେଲେ ସେ ମୋର କୌଣସି କଥା ଶୁଣିନଥିଲେ। ଯୁବତୀଙ୍କ ସହିତ ଅନୈକ ସମ୍ପର୍କ ରଖୁଥିଲେ। ଯାହାକୁ ନେଇ ଆମ ଭିତରେ ଝଗଡ଼ା ହେଉଥିଲା। ଏହାରି ଭିତରେ ଆମର ତିନିଟି ଝିଅ ଜନ୍ମ ହୋଇଥିଲା। ପିଲାଙ୍କ ପାଇଁ ସବୁ କିଛି ସହି ଯାଇଥିଲି। ହେଲେ ତାଙ୍କର କିଛି ପରିବର୍ତ୍ତନ ହେଲା ନାହିଁ। ସିଏ ଯେଉଁଠି ବଦଳି ହୋଇ ଯାଉଥିଲେ, ସେଠାରେ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖିଲେ। ଏପରିକି ନିଜ ଅଫିସ୍‌ର ମହିଳା କର୍ମଚାରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଛନ୍ତି।”

ସେ କହିଛନ୍ତି- “ବଲାଙ୍ଗିରରେ ସେ ଡେପୁଟୀ କଲେକ୍ଟର ଥିଲେ। ସେହି ସମୟରେ ପୁଣି ଯୁବତୀଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ଜାଣିବାକୁ ପାଇଥିଲି। ଏହା ମୋତେ ବହୁ ବ୍ୟଥିତ କରିଥିଲା। ଯେଉଁଥିପାଇଁ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲି। ଏହା ପରେ ତାଙ୍କର ଝାରସୁଗୁଡ଼ାକୁ ବଦଳି ହୋଇଥିଲା। ସେଠାରେ ମଧ୍ୟ ସେ ଜଣେ ମହିଳାଙ୍କ ସହିତ ଅସଞ୍ଜତ ଅବସ୍ଥାରେ ଥିବା ବେଳେ ଧରା ପଡ଼ିଥିଲେ। ମୁଁ ତାଙ୍କୁ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଥିଲି। ମାମଲା ଥାନାକୁ ଗଲା ପରେ ସେ ଗିରଫ ହୋଇଥିଲେ। ସେ କ୍ଷମା ମାଗିବାରୁ ପିଲାଙ୍କ ମୁହଁକୁ ଚାହିଁ କୋହଳ ମନୋଭାବ ପୋଷଣ କରିଥିଲି। ଆଉ ତା’ପରେ ସେ ସର୍ତ୍ତମୂଳକ ଜାମିନ୍‌ରେ ଜେଲରୁ ବାହାରିଥିଲେ।”

ସେ ଆହୁରି କହିଛନ୍ତି- “୨୦୧୭ ମସିହାରେ ତାଙ୍କଠାରୁ ଅଲଗା ହୋଇଗଲି। ଏହା ପରେ ମୁଁ କୋର୍ଟରେ ଭରଣପୋଷଣ ଫାଇଲ୍‌ କରିଥିଲି। କୋର୍ଟ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେ ମୋତେ ଭରଣପୋଷଣ ଦେଲେ ନାହିଁ। ବୌଦ୍ଧରେ ନାନା ଦୁର୍ନୀତିରେ ଛନ୍ଦି ହେବାରୁ ତାଙ୍କୁ ରାଜଗାଙ୍ଗପୁର ତହସିଲଦାର ଭାବେ ବଦଳି କରାଯାଇଥିଲା। ଏଠାକୁ ଆସିବା ପରେ ଅନେକ ଝିଅ ଓ ମହିଳାଙ୍କ ସହିତ ରାସଲୀଳା କରୁଥିବା ଜଣିବାକୁ ପାଇଛି।”

Also Read  Zilla Parishad chairperson elections: BJD gets it in 18 districts while BJP in 8 districts of Odisha , Congress manages just 2 districts

ସେ କହିଛନ୍ତି- “ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ରାଉରକେଲାରେ ଏକ ଆପାର୍ଟମେଣ୍ଟରେ ମୁଁ ରହୁଛି। ଶରତ ବାଗଙ୍କର ରାଜଗାଙ୍ଗପୁରକୁ ବଦଳି ହେବା ପରେ ମୋ ଝିଅଙ୍କ ପାଖକୁ ନିୟମିତ ଆସନ୍ତି। ବେଳେ ବେଳେ ଝିଅଙ୍କୁ ସାଥୀରେ ନେଇ ଯାଆନ୍ତି। ମୁଁ ବିରୋଧ କରିନଥିଲି। ଭାବିଥିଲି, ମୋର ସିନା ଭଲ ସମ୍ପର୍କ ନାହିଁ, କିନ୍ତୁ ବାପା ହିସାବରେ ଝିଅମାନେ ତାଙ୍କ ସହିତ ଭଲରେ ରୁହନ୍ତୁ। ହେଲେ ଗତ ଦୁଇ ଦିନ ହେଲା ମୁଁ ମୋ ଝିଅଙ୍କ ସନ୍ଧାନ ପାଉନାହିଁ। ଶୁଣିବାକୁ ପାଇଛି ସେ ରାଉରକେଲାରେ ଜଣେ ଯୁବତୀଙ୍କ ରହୁଛନ୍ତି। ମୋତେ ମାରିଦେବା ପାଇଁ ଝିଅଙ୍କୁ ଶିଖାଉଛନ୍ତି। ଝିଆମାନେ ରାଜି ନହେବାରୁ ସେମାନଙ୍କୁ ମାଡ଼ ମାରିଛନ୍ତି। ମାଡ଼ ଖାଇବା ପରେ ଝିଅମାନେ କେଉଁଆଡ଼େ ପଳାଇ ଯାଇଥିବା ଜାଣିବାକୁ ପାଇଛି। ଏବେ ସେମାନେ କେଉଁଠି ଅଛନ୍ତି, ମୁଁ ଜାଣିନି। ମୁଁ ମୋ ତିନି ଝିଅଙ୍କୁ ଫେରିପାଇବାକୁ ଚାହୁଁଛି।”

LEAVE A REPLY

Please enter your comment!
Please enter your name here