ମାର୍ଚ୍ଚ ସୁଦ୍ଧା ଦେଶର କରୋନା ସ୍ଥିତି ବଦଳିବ!

0
636
ଦେଶର କରୋନା ସ୍ଥିତି ବଦଳିବ
ଦେଶର କରୋନା ସ୍ଥିତି ବଦଳିବ

ପୁଣେ: ମହାମାରୀ କରୋନାର ତୃତୀୟ ୱେଭ ଏବେ ଧୀରେଧୀରେ ଦୁର୍ବଳ ହେଉଛି। କିନ୍ତୁ କିଛି ରାଜ୍ୟରେ ସଂକ୍ରମଣର ଗ୍ରାଫ ଉପର ମୁହାଁ ହୋଇ ରହିଛି। ଦେଶରୁ କରୋନାର ତୃତୀୟ ଲହର ସ୍ଥିତି କେବେ ସ୍ୱାଭାବିକ ହେବ, ସେ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଏସବୁ ଭିତରେ ଆଇସିଏମଆରର ଅତିରିକ୍ତ ଡିଜି ଡା ସମୀରନ ପଣ୍ଡା ବଡ଼ ବୟାନ ଦେଇଛନ୍ତି।

ତାଙ୍କ କହିବା ଅନୁଯାୟୀ, ମାର୍ଚ୍ଚ ସୁଦ୍ଧା ଦେଶର କରୋନା ସ୍ଥିତି ଆଶାତୀତ ଭାବେ ବଦଳିଯିବ। ଅର୍ଥାତ ମାର୍ଚ୍ଚ ବେଳକୁ ଦେଶରୁ କରୋନାର ତୃତୀୟ ୱେଭ ଜନିତ ସଂକ୍ରମଣ ପ୍ରାୟତଃ ଶେଷ ହୋଇଯିବ। ଏଥିସହ ଫେବୃଆରୀ ଶେଷ ସୁଦ୍ଧା ମହାରାଷ୍ଟ୍ର, ଦିଲ୍ଲୀ ଓ ପଶ୍ଚିମବଙ୍ଗରୁ କରୋନାର ତୃତୀୟ ୱେଭ ସଂକ୍ରମଣ ଆଉ ନ ବଢ଼ିପାରେ ବୋଲି ସେ କହିଛନ୍ତି।

ଡା ପଣ୍ଡା କହିଛନ୍ତି, “ଦିଲ୍ଲୀ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ କରୋନା ତା’ର ପିକ୍‌ ଦେଖାଇ ସାରିଛି। ତେଣୁ ଫେବୃଆରୀ ଶେଷ ବେଳକୁ ଏହି ସବୁ ରାଜ୍ୟର ସ୍ଥିତି ସ୍ୱାଭାବିକ ହୋଇଯିବ। ସେହିପରି ମାର୍ଚ୍ଚ ସୁଦ୍ଧା ଦେଶର କରୋନା ସ୍ଥିତିରେ ଆଶାତୀତ ଭାବେ ଉନ୍ନତି ଆସିବ। ଯଦି ସାର୍ସ କୋଭ-୨ର ଆଉ କୌଣସି ଭାରିଏଣ୍ଟ ନ ଆସିଲା, ତା’ହେଲେ ଆମେ ଭବିଷ୍ୟତର ସ୍ଥିତିକୁ ନିୟନ୍ତ୍ରଣ କରିପାରିବା।

ମହାମାରୀ କରୋନା ଏହାପରେ ଏଣ୍ଡେମିକ ପର୍ଯ୍ୟାୟରେ ପ୍ରବେଶ କରିବ। ଏହାର ଅର୍ଥ ବହୁତ କମ ଲୋକ ସଂକ୍ରମିତ ହେବେ ଓ ଏହାକୁ ଆମେ ଭଲ ଭାବେ ମୁକାବିଲା ମଧ୍ୟ କରିପାରିବା। ଜାନୁଆରୀ ମାସରେ ଯେଉଁ ସବୁ ଜିଲ୍ଲା ଓ ସ୍ଥାନରେ ସଂକ୍ରମଣ ଉପର ମୁହାଁ ଥିଲା, ଏବେ ସେଠାରେ ଏହା ହ୍ରାସ ପାଇବା ଆରମ୍ଭ କରିଛି। ତେଣୁ ଫେବୃଆରୀ ଶେଷ ସୁଦ୍ଧା ସଂକ୍ରମଣ ଆହୁରି ହ୍ରାସ ପାଇ ସାରିଥିବ। ମାର୍ଚ୍ଚ ସୁଦ୍ଧା ସ୍ଥିତି ସଂପୂର୍ଣ୍ଣ ସ୍ୱାଭାବିକ ହୋଇପାରିବ।”

କେବଳ ଡା ପଣ୍ଡା ନୁହନ୍ତି, ସଂକ୍ରାମକ ରୋଗ ବିଶେଷଜ୍ଞ ଡା ଚନ୍ଦ୍ରକାନ୍ତ ଲାହାରିୟା ମଧ୍ୟ ୩ରୁ ୪ ସପ୍ତାହ ମଧ୍ୟରେ କରୋନାର ତୃତୀୟ ଲହରର ପ୍ରଭାବ ଶେଷ ହୋଇଯିବ ବୋଲି କହିଛନ୍ତି। ସେ କହିଛନ୍ତି, “ବର୍ତ୍ତମାନ ଓମିକ୍ରନରେ ୯୦% ଲୋକ ସଂକ୍ରମିତ ହେଉଥିବା ବେଳେ ଡେଲ୍ଟା ଭାରିଏଣ୍ଟର ଭାଗ ୧୦% ରହିଛି। ସଂକ୍ରମଣ ଉତ୍ଥାନ ଓ ପତ୍ତନର ଏପରି ଧାରା ସାରା ବିଶ୍ୱରେ ଦେବାକୁ ମିଳୁଛି।”

Also Read  India's first diabetes biobank comes up in Chennai