ଯୁବତୀଙ୍କ ନଗ୍ନ ଭିଡିଓ ରେକର୍ଡିଂ କରି ହୋଟେଲ ବୟ ଗିରଫ

0
642
ଯୁବତୀଙ୍କ ନଗ୍ନ ଭିଡିଓ ରେକର୍ଡିଂ
ଯୁବତୀଙ୍କ ନଗ୍ନ ଭିଡିଓ ରେକର୍ଡିଂ

ପୁରୀ: ହୋଟେଲର ଗାଧୁଆ ଘରେ ଗାଧୋଉଥିବା ଜନୈକ ଯୁବତୀଙ୍କ ନଗ୍ନ ଫଟୋ ଉଠାଇବା ସହ ଭିଡିଓ ରେକର୍ଡିଂ କରିବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ଜଣକୁ ଗିରଫ କରିଛି। ତା ନିକଟରୁ ମୋବାଇଲଟିକୁ ପୁଲିସ ଜବତ କରି ସେଥିରୁ ଫଟୋ ଡିଲିଟ୍‌ କରିଥିବା ଜଣାପଡ଼ିଛି। ତେବେ ପୁଲିସ ଏହି ଫୋନ୍‌ ଜବତ କରିଥିବା ବେଳେ ଅଭିଯୁକ୍ତ ଜଣକ ଉକ୍ତ ଫଟୋକୁ ଭାଇରାଲ୍‌ କରିଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ।

ପୁଲିସ ସୂତ୍ରରୁ ପ୍ରକାଶ ଯେ ସମୁଦ୍ରକୂଳ ଥାନା ଅଞ୍ଚଳରେ ଥିବା ଡିକେ ହୋଟେଲରେ ଗତ ୪ ମାସ ହେବ ପଶ୍ଚିମବଙ୍ଗ ସାଲାନପୁର ଥାନା ଅନ୍ତର୍ଗତ ଆସନଶୋଲ ଗ୍ରାମର ବିପ୍ଲବ ମିତ୍ର(୩୨) ହୋଟେଲ ବୟ ଭାବେ କାମ କରୁଥିଲେ। ତେବେ ଗତକାଲି ସୁନ୍ଦରଗଡ଼ର ଜଣେ ବଙ୍ଗୀୟ ଯୁବତୀ ଆସି ଡିକେ ହୋଟେଲରେ ରହିଥିଲେ। ଯୁବତୀଜଣକ ଗାଧୁଆ ଘରେ ଗାଧୋଉଥିବା ବେଳେ ବିପ୍ଲବ ସ୍କାଏଲାଇଟ୍ ବାଟେ ତାଙ୍କର ନଗ୍ନ ଫଟୋ ଉଠାଇବା ସହ ତାଙ୍କ ଗାଧୋଇବା ବେଳର ଭିଡିଓ ରେକର୍ଡିଂ କରିଥିଲା। ଏହା ଜଣାପଡ଼ିବା ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ ବିପ୍ଲବକୁ ଗିରଫ କରିଥିଲା। ଏହାପରେ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି। ତା ନିକଟରୁ ଯୁବତୀଙ୍କ ଫଟୋ ଉଠାଇଥିବା ମୋବାଇଲଟିକୁ ପୁଲିସ ଜବତ କରି ତଦନ୍ତ ଆରମ୍ଭ କରିଛି।

ପୁରୀ ହୋଟେଲ ମାଲିକ ସଂଘ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସଂଘ ପକ୍ଷରୁ କୁହାଯାଇଛି ଯେ ଏଭଳି କାର୍ଯ୍ୟ ତୀର୍ଥକ୍ଷେତ୍ରର ଭାବମୂର୍ତ୍ତିକୁ ଖରାପ କରିବ ଏବଂ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ବାଧା ଉପୁଜାଇବ।

Also Read  Lingaraj Temple Road Station to be upgraded with Rs 19.5 Crore