ଓଟିଭିର ରାୟଗଡ଼ା ପ୍ରତିନିଧି ମନୋଜ ପାତ୍ରଙ୍କ ପରଲୋକ

0
748
ରାୟଗଡ଼ା ଜିଲ୍ଲା ପ୍ରତିନିଧି ମନୋଜ ପାତ୍ର
ରାୟଗଡ଼ା ଜିଲ୍ଲା ପ୍ରତିନିଧି ମନୋଜ ପାତ୍ର

ଭୁବନେଶ୍ୱର : ଓଟିଭିର ରାୟଗଡ଼ା ଜିଲ୍ଲା ପ୍ରତିନିଧି ମନୋଜ ପାତ୍ରଙ୍କ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା୩୦ରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ହୋଇଥିଲା।

ଗତକାଲି ମନୋଜ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ମନୋଜଙ୍କ ପରଲୋକ ଘଟିଛି। ୨୦୦୯ ମସିହାରୁ ଓଟିଭି ପାଇଁ କାର୍ଯ୍ୟରତ ଥିଲେ ମନୋଜ । ଏହା ପୂର୍ବରୁ ସେ ଏକ ଅଗ୍ରଣୀ ଓଡ଼ିଆ ଖବରକାଗଜରେ ରିପୋର୍ଟର ଭାବେ କାର୍ଯ୍ୟ କରୁଥିଲେ। ଦୀର୍ଘ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଜଣେ ଆଗଧାଡ଼ିର ସାମ୍ବାଦିକ ଭାବେ ନିଜକୁ ପରିଚିତ କରି ପାରିଥିଲେ।

ମନୋଜଙ୍କ ହଠାତ୍‌ ମୃତ୍ୟୁ ଯୋଗୁ ତାଙ୍କ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ସମଗ୍ର ରାୟଗଡ଼ା ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ମନୋଜ ପାତ୍ରଙ୍କ ପରଲୋକରେ ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

 

Also Read  Mango Kernel Row: Congress stages demonstrations in front of Collector’s office