ଜନ୍ମକଲା ପୁଅକୁ ବଞ୍ଚାଇବାକୁ ଯାଇ ମୃତ୍ୟୁବରଣ କଲା ମା’

0
205
Girl Dies As A Speeding Bus Drags Her Body For 500 Meters In Odisha's Bolangir
Girl Dies As A Speeding Bus Drags Her Body For 500 Meters In Odisha's Bolangir

ନବରଙ୍ଗପୁର: ମାଆ କେବେ ତା ଆଗରେ ନିଜ ଛୁଆର ବିପଦକୁ ଦେଖିପାରିବ ନାହିଁ । ଜନ୍ମ ଦେଇଥିଲା ଜୀବନ ବି ଦେଲା । ପୁଅକୁ ବଞ୍ଚାଇବାକୁ ଯାଇ ମାଆ ମୃତ । ନବରଙ୍ଗପୁର ସହର ସ୍ଥିତ ସଂଖାରି ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଧୋଇବାକୁ ୱାଟର ହିଟରରେ ପାଣି ଗରମ କରୁଥିଲେ ପ୍ରତିମା ବେହେରା । ଏହି ସମୟରେ ପୁଅ ଓ୍ବାଟର ହିଟର ଆଡ଼କୁ ଯାଉଥିବା ବେଳେ ମାଆ ପୁଅକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ସେଥିପାଇଁ କାଳେ ୱାଟର ହିଟର ପାଖରେ ପିଲାଟି ବିଦ୍ୟୁତ ସଂଯୋଦରେ ଆସିଯିବ ସେଥିପାଇଁ ନିଜେ ଦୈଡ଼ିଯାଇଥିଲେ । ଛୁଆକୁ ବଞ୍ଚାଇବା ସମୟରେ ଗୋଡ଼ ଖସିଯାଇଥିଲା ମାଆର । ସେହି ସମୟରେ ଓ୍ୱାଟର ହିଟର ଉପରେ ପଡ଼ିଯାଇଥିଲେ ପ୍ରତିମା ନାୟକ । ଠିକ ସେତିକିବେଳେ ବିଦ୍ୟୁତ ସଂସ୍ପର୍ଷରେ ଆସି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । କିନ୍ତୁ ମାଆଟି ମରିବା ପୂର୍ବରୁ ପୁଅକୁ ବଞ୍ଚାଇ ଦେଇ ଯାଇଛି । ପୋଲିସ ଏ ବିଷୟରେ ଖବର ପାଇ ଘଟଣାସ୍ଥଳରେ ତତକ୍ଷଣାତ୍ ପହଁଚିଥିଲେ । ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ସହିତ ତଦନ୍ତ ଜାରି ରଖିଛି ।

Also Read  ସହିଦଙ୍କ ଭଉଣୀଙ୍କୁ ମିଳିଲେ ଅନେକ ଭାଇ : ବିବାହ କରାଇଲେ ସାଥୀ ସୈନିକ

LEAVE A REPLY

Please enter your comment!
Please enter your name here