ରଥଖଳାରେ ଅଘଟଣ, ୨ ଜଣ ସେବକ ଆହତ

0
430

ପୁରୀ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଅଘଟଣ ଘଟିଛି । ରଥ କାମ କରୁଥିବା ସମୟରେ ପୃଥକ ପୃଥକ ଦୁର୍ଘଟଣାରେ ୨ ସେବକ ଆହତ ହୋଇଛନ୍ତି । ରଥ ନିର୍ମାଣରେ ନିୟୋଜିତ ଦୁଇ ସେବକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠା ଯାଇଛି । ସକାଳୁ ଭୋଇ ସେବକ ବିଷ୍ଣୁ ଭୋଇ ଛ କାଠ ଉଠାଉଥିବା ବେଳେ ଆଙ୍ଗୁଠି ମାଡ଼ ହୋଇ ଆହତ ହୋଇଥିଲେ । ସେହିପରି ଅନ୍ୟ ଏକ ଘଟଣାରେ ରୂପକାର ସେବକ କାହ୍ନୁ ମହାପାତ୍ରଙ୍କ ଗୋଡ଼ରେ ବଟାଲି ବାଜିଥିବା ବେଳେ ସେ ଆହତ ହୋଇଛନ୍ତି । ଉଭୟଙ୍କୁ ପୁରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡ଼ିଛି ।

Also Read  ଆହୁରି ଦୁଇ ଦିନ ଥରାଇବ ଶୀତ : ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

LEAVE A REPLY

Please enter your comment!
Please enter your name here