ରଥଖଳାରେ ଅଘଟଣ, ୨ ଜଣ ସେବକ ଆହତ

0
638

ପୁରୀ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଅଘଟଣ ଘଟିଛି । ରଥ କାମ କରୁଥିବା ସମୟରେ ପୃଥକ ପୃଥକ ଦୁର୍ଘଟଣାରେ ୨ ସେବକ ଆହତ ହୋଇଛନ୍ତି । ରଥ ନିର୍ମାଣରେ ନିୟୋଜିତ ଦୁଇ ସେବକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠା ଯାଇଛି । ସକାଳୁ ଭୋଇ ସେବକ ବିଷ୍ଣୁ ଭୋଇ ଛ କାଠ ଉଠାଉଥିବା ବେଳେ ଆଙ୍ଗୁଠି ମାଡ଼ ହୋଇ ଆହତ ହୋଇଥିଲେ । ସେହିପରି ଅନ୍ୟ ଏକ ଘଟଣାରେ ରୂପକାର ସେବକ କାହ୍ନୁ ମହାପାତ୍ରଙ୍କ ଗୋଡ଼ରେ ବଟାଲି ବାଜିଥିବା ବେଳେ ସେ ଆହତ ହୋଇଛନ୍ତି । ଉଭୟଙ୍କୁ ପୁରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡ଼ିଛି ।

Also Read  ତୃତୀୟ ଲହରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା : ଡରନି ହେଲେ ସତର୍କ ରୁହ