ରସିକିଆ ନକଲି ଡାକ୍ତରଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ :ଆଜିଠୁ ୫ ଦିନିଆ ରିମାଣ୍ଡ

0
574
Gowahati-based Woman Lodges a Complaint Against Fake Doctor
Gowahati-based Woman Lodges a Complaint Against Fake Doctor

ଭୁବନେଶ୍ୱର: ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କୁ ‌ଆଜିଠୁ ୫ଦିନି‌ଆ ରିମାଣ୍ଡରେ ନେବ କମିଶନରେଟ ପୁଲିସ। ତୃତୀୟ ଥର ପାଇଁ ରିମାଣ୍ଡରେ ନେଇ ଅଧିକ ଗୁମର ଖୋଲିପାରେ ପୁଲିସ। ରମେଶଙ୍କୁ ରିମାଣ୍ଡରେ ନେବା ଲାଗି କୋର୍ଟ ଅନୁମତି ଦେଇଛନ୍ତି।

ମାଟ୍ରିମୋନି ସାଇଟରେ ଦିଲ୍ଲୀର ମହିଳାଙ୍କ ସହ ଯୋଗାଯୋଗ କରିଥିଲା ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁ। ସମ୍ପର୍କ ବଢ଼ିବା ପରେ ୨୦୧୯ ଅଗଷ୍ଟ ୧ରେ ଦିଲ୍ଲୀର ଏକ କଫି କାଫେରେ ଉଭୟଙ୍କର ଦେଖାସାକ୍ଷାତ ହୋଇଥିଲା। ସେଠାରେ ବିବାହ କରିବା ପାଇଁ ସେମାନେ ସ୍ଥିର ମଧ୍ୟ କରିଥିଲେ। ଯୋଜନା ମୁତାବକ ଉଭୟ ଓଡ଼ିଶା ଆସିଥିଲେ। ସେହିମାସ ୮ ତାରିଖରେ ପୁରୀ ଜଗନ୍ନାଥ ମନ୍ଦିରରେ ନିର୍ବନ୍ଧ ହୋଇଥିଲା। ପରିବାର ଲୋକ ମଧ୍ୟ ସାମିଲ ହୋଇଥିଲେ। ଅଗଷ୍ଟ ୨୪ରେ ଦିଲ୍ଲୀରେ ବିବାହ ହୋଇଥିଲା। ଏହାପରେ ଉଭୟ ଏକ ହୋଟେଲରେ ରହିଥିଲେ। ୨୭ ତାରିଖରେ ଚତୁର୍ଥୀ ରାତି ପରଦିନ ଭୋରରୁ ଚମ୍ପଟ ମାରିଥିଲା ଲମ୍ପଟ ରମେଶ।

ମହିଳା ଜଣକ ରମେଶର ପୂରା ମୁଖା ଖୋଲି ଦେଇଛନ୍ତି। ବେନାମୀ ନାଁରେ ବିପୁଳ ଟଙ୍କା, ସମ୍ପତ୍ତି ରଖିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଡାକ୍ତର କମଳା ସ୍ବାଇଁ, କଶିଷ ସ୍ବାଇଁ ଏବଂ କଶାଷ ସ୍ବାଇଁ ନାଁରେ ଏହି ସବୁ ସମ୍ପତ୍ତି ରଖିଥିବା କହିଛନ୍ତି। ରମେଶ ସହ ଆହୁରି ଏକାଧିକ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ଦର୍ଶାଇଛନ୍ତି। ପୁଲିସ ମାମଲା ରୁଜୁ କରିବା ପରେ ତନାଘନା ଜାରି ରଖିଛି। ସେହିପରି ଗୌହାଟୀର ଡାକ୍ତରାଣୀଙ୍କୁ ବିବାହ ମାମଲାରେ ରମେଶକୁ ଆସନ୍ତାକାଲି(ଶୁକ୍ରବାର) ଠାରୁ ୫ ଦିନିଆ ରିମାଣ୍ଡରେ ଆଣିବ ତଦନ୍ତକାରୀ ଟିମ୍। ପୁଲିସ ୭ ଦିନ ଆବେଦନ କରିଥିବା ବେଳେ କୋର୍ଟ ୫ ଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି। ଏହି ସମୟରେ ଠକେଇ ସଂକ୍ରାନ୍ତରେ ଅଧିକ ତଥ୍ୟ ପ୍ରମାଣ ହାସଲ କରିବ। ଏହାସହ ତାଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।ରମେଶ ତଥ୍ୟ ଲୁଚାଉ ଥିବାରୁ ତା’ର ମିଛଧରା ପରୀକ୍ଷା କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଏହି ସମୟ ଭିତରେ ଫେରାର ଥିବା ଭିଣୋଇ, ଡ୍ରାଇଭର ଓ ଦ୍ବିତୀୟ ପତ୍ନୀଙ୍କୁ ଧରିବା ପାଇଁ ପୁଲିସ ଜାଲ ବିଛାଇବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗୌହାଟୀ ଡାକ୍ତରାଣୀଙ୍କୁ ବିବାହ ନାଁରେ ୨୧ ଲକ୍ଷ ଟଙ୍କାର ଚୂନ ଲଗାଇଥିଲା ରମେଶ।

ପୁଲିସ୍‌ ତଥ୍ୟ ଅନୁସାରେ ୧୯୮୨ରେ ରମେଶ ପ୍ରଥମ ବିବାହ କରିଥିଲା। ପ୍ରଥମ ପତ୍ନୀଙ୍କଠାରୁ ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ ଦ୍ୱିତୀୟ ବିବାହ କରିଥିଲା। ତାଙ୍କର ମଧ୍ୟ ଦୁଇ ପିଲା ଅଛନ୍ତି। ତେବେ ତା’ ପରେ ସେ ଆଉ ୧୭ ମହିଳାଙ୍କୁ ବିବାହ କରିଥିଲା। ସେ ଅଧିକାଂଶ ସମୟ ଗୌହାଟୀରେ ରହୁଥିଲା। ପରିଚୟ ବଦଳାଇ ମହିଳାଙ୍କୁ ବିବାହ କରୁଥିଲା। କେତେବେଳେ ବିଦୁପ୍ରସାଦ ତ ଆଉ କେତେବେଳେ ସେ ପାଲଟି ଯାଉଥିଲା ରମଣୀରଞ୍ଜନ। ୨୦୧୮ ମସିହାରେ ସେଣ୍ଟ୍ରାଲ୍‌ ଆର୍ମଡ ଫୋର୍ସରେ କାର୍ଯ୍ୟରତ ପଞ୍ଜାବର ଜଣେ ମହିଳାଙ୍କୁ ବିବାହ କରି ତାଙ୍କଠାରୁ ୧୦ ଲକ୍ଷ ଠଙ୍କା ଠକି ନେଇଥିଲା। ସେହିପରି ଦିଲ୍ଲୀର ଜଣେ ମହିଳାଙ୍କୁ ବିବାହ କରି ଭୁବନେଶ୍ୱର ଆଣି ରଖିଥିଲା। ଏପରିକି ତାଙ୍କଠାରୁ ୧୩ ଲକ୍ଷ ରମେଶ ଚଳୁ କରିନେଇଥିଲା।

Also Read  SC grants conditional bail to accused in German young girl rape case in New Delhi