ରାଉରକେଲା ଇସ୍ପାତ କାରଖାନାରେ ଦୁର୍ଘଟଣା : ଠିକା ଶ୍ରମିକଙ୍କ ମୃତ୍ୟୁ, ଜଣେ ଗୁରୁତର

0
993

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ( ଆରଏସପି) କ୍ୟାପଟିଭ ପାୱାର ପ୍ଲାଣ୍ଟ ( ସିପିପି -୧)ରେ ଦୁର୍ଘଟଣା ଘଟି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ସେକ୍ଟର -୫ ଗୋଲଘର ସୁବାସପାଲିର ଅମର କୁମାର ପଣ୍ଡା। ଗୁରୁତର ହେଲେ ସୁଶୀଲ କୁମାର ଦେଓଗ୍ରାମ। ଏଦୁହେଁ ରାଉରକେଲା ଠିକା ସଂସ୍ଥା ଗୋମତି ଏଣ୍ଟରପ୍ରାଇଜେସ ଅଧୀନରେ କାମ କରୁଥିଲେ।

ଆଜି ପୂର୍ବାହ୍ନ ପ୍ରାୟ ସାଢେ ଏଗାରଟା ରେ ସିପିପି-୧ର ପାଇପଲାଇନ ସଫେଇ କରୁଥିଲେ। ହଠାତ ପାଇପ ଲାଇନରେ ବିସ୍ପୋରଣ ଘଟି ଲୁହା ପାଇପ ଖଣ୍ଡ ଦୁହିଁଙ୍କ ଉପରେ ପଡ଼ିଥିଲା।  ଦୁହିଁକୁ ଗୁରୁତର ଅବସ୍ଥାରେ ଆଇଜିଏଚରେ ଭର୍ତ୍ତି କରିଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅମରଙ୍କର ମୃତ୍ୟୁ ହୋଇଥିଲା। ଖବର ପ୍ରସାରିତ ହେବା ପରେ ବିଭିନ୍ନ ଶ୍ରମିକ ସଂଗଠନ ଆଇଜିଏଚରେ ପହଞ୍ଚି ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ଆରଏସପିରେ ନିଯୁକ୍ତି ଦାବି କରିଛନ୍ତି। ବିଭୀଗୀୟ ଉଚ୍ଚ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Also Read  Fire mishaps in two districts of Odisha claims over 100 houses