ରାଜଧାନୀରେ ବଢ଼ିଲା ହାଟ କଟକଣା : ଏକାଠି ବସିବେନି ବ୍ୟବସାୟୀ

0
302
ଏକାଠି ବସିବେନି ବ୍ୟବସାୟୀ
ଏକାଠି ବସିବେନି ବ୍ୟବସାୟୀ

ଭୁବନେଶ୍ୱର ମହାମାରୀ କରୋନା ସଂକ୍ରମଣ ବଢୁଥିବାରୁ ରାଜଧାନୀ ଭୁବନେଶ୍ୱରରେ ବଢ଼ିଲା ହାଟ କଟକଣା। ଏକାଠି ବସିବେନି ବ୍ୟବସାୟୀ। ଅଲଗା ଅଲଗା ଜାଗାରେ ବସିବେ ବ୍ୟବସାୟୀ। ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ହାଟ ପାଇଁ ଭିନ୍ନ ସ୍ଥାନ ଚିହ୍ନଟ ହେବ। କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ବେଳେ ଯେଉଁଠି ହାଟ ବସିଥିଲା, ସେଠି ବସି ପାରିବ। ଜୋନାଲ ଡେପୁଟୀ କମିଶନରମାନେ ହାଟ ପାଇଁ ଜାଗା ନିର୍ଣ୍ଣୟ କରିବେ।

ସେପଟେ ଆଜି ରାଜଧାନୀରେ କରୋନା ବ୍ଲାଷ୍ଟ କରିଛି। ୬୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୫୬୮ ଜଣ ଲୋକାଲ କେସ୍‌ ଥିବା ବେଳେ ୧୧୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ତେବେ ଆକ୍ରାନ୍ତଙ୍କ ଭିତରୁ ଝାରପଡ଼ାରୁ ୨୫ ଜଣ ଥିବା ବେଳେ ଆଚାର୍ଯ୍ୟ ବିହାରରୁ ୬, ଚନ୍ଦ୍ରଶେଖରପୁରରୁ ୧୨, ବରମୁଣ୍ଡରୁ ୧୫, ବମିଖାଲରୁ ୮, ଚକେଇଶିଆଣିରୁ ୪, ଚିନ୍ତାମଣିଶ୍ୱରରୁ ୧୧, ଜାଗମରାରୁ ୧୦, ଆଇଆର୍‌ସି ଭିଲେଜରୁ ୧୨, ଘାଟିକିଆରୁ ୬, ଏମ୍‌ସ ନଗରରୁ ୧୪, କଳିଙ୍ଗ ନଗରରୁ ୮, କଳ୍ପନା ଛକରୁ ୭, ଖଣ୍ଡଗିରିରୁ ୯ ଜଣ ପ୍ରମୁଖ ଆକ୍ରାନ୍ତ ହୋଇଛନ୍ତି।

ଆଜି ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୧୨୭୨୬୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୧୧୦୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୨୮୧୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୩୩୨୫ ଜଣ ଏବେ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେପଟେ ଆଜି ରାଜ୍ୟରେ ୪୮୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୪୪୮ ଜଣ ୧୮ ବର୍ଷରୁ କମ୍ ବର୍ଗର ପିଲା ଅଛନ୍ତି। ୨୮୨୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୦୦୬ଟି ହେଉଛି ଲୋକାଲ୍ କେସ୍‌।

Also Read  10,600 houses to be built in 28 Odisha towns under PMAY: CS Padhi

LEAVE A REPLY

Please enter your comment!
Please enter your name here