ଆଜି ଓଡ଼ିଶା ଆସୁଛନ୍ତି ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ଭବ୍ୟ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି

0
296
President Of India Addresses 12th Convocation of Maharaja Sriram Chandra Bhanja Deo University
President Of India Addresses 12th Convocation of Maharaja Sriram Chandra Bhanja Deo University

ଭୁବନେଶ୍ୱର: ଆଜିି ଓଡିଶା ଆସୁଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀଙ୍କ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି ଉଭୟ ବିଜେଡି ଓ ବିଜେପି । ସମର୍ଥନ ଯୋଗାଡ କରିବା ପାଇଁ ଓଡିଶା ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ତଥା ବିଜେଡିର ବହୁ ବରିଷ୍ଠ ନେତା ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିବେ ବୋଲି ସୂଚନା ମିଳିଛି। ଏହାପରେ ସେ ବିଧାନସଭାରେ ସମ୍ମିଳନୀ କକ୍ଷରେ ବିଜେଡି ବିଧାୟକ, ସାଂସଦମାନଙ୍କୁ ତାଙ୍କ ସପକ୍ଷରେ ଭୋଟ ଦେବାକୁ ଔପଚାରିକ ଅନୁରୋଧ କରିବେ ବୋଲି ସୂଚନା ମିଳିଛି। ଦ୍ରୌପଦୀଙ୍କୁ ଭୋଟ ଦେବା ପାଇଁ ବହୁ ଆଗରୁ ଅପିଲ କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶ୍ରୀମତୀ ମୁର୍ମୁଙ୍କୁ ସ୍ୱାଗତ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ, ବାଦ୍ୟରେ କମ୍ପିବ ବିମାନବନ୍ଦର ଅଞ୍ଚଳ । ବିମାନବନ୍ଦରରୁ ବିଧାନସଭା ପର୍ଯ୍ୟନ୍ତ ସ୍ୱାଗତ ପ୍ଲାକାର୍ଡ ଛାଇଯାଇଛି । ବିମାନବନ୍ଦରରୁ କଡ଼ା ସୁରକ୍ଷା ବଳୟରେ ସେ ସିଧା ଯିବେ ରାଜ୍ୟ ଅତିଥି ଭବନ । ସକାଳ ୧୦ଟା ୪୦ରେ ଯାଇ ପହଞ୍ଚିବେ ଓଡ଼ିଶା ବିଧାନସଭାରେ । ସେଠାରେ ପହଞ୍ଚିବା ମାତ୍ରେ ମନ୍ତ୍ରୀ, ବିଧାୟକ ଓ ସାଂସଦ ତାଙ୍କୁ ପାଛୋଟି ନେବେ ବିଧାନସଭାର ନୂଆ ସମ୍ମିଳନୀ କକ୍ଷକୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସେଠାରେ ବୈଠକ କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି । ବୈଠକରେ ବିଜେଡି ବିଧାୟକ, ସାଂସଦ ଉପସ୍ଥିତ ରହିବେ । ଶ୍ରୀମତୀ ମୁର୍ମୁ ସଭିଙ୍କ ସହଯୋଗ ପାଇଁ ଅନୁରୋଧ କରିବେ । ନବୀନ ମଧ୍ୟ ତାଙ୍କ ପାଇଁ ସମର୍ଥନ ମାଗିବେ ।

Also Read  ପିଲାଙ୍କ ପାଇଁ ବିପଦଜ୍ଜନକ ନୁହେଁ ଓମିକ୍ରନ୍ : ଆଶ୍ୱସ୍ତ ରୁହନ୍ତୁ ଅଭିଭାବକ