ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦: ୫୦ ରନ୍‌ରେ ଇଂଲଣ୍ଡକୁ ପରାସ୍ତ କଲା ଟିମ୍‌ ଇଣ୍ଡିଆ

0
391
india-beat-england-by-50-runs-in-first-t20 match

ସାଉଥମ୍ପଟନ୍: ଇଂଲଣ୍ଡ ଓ ଭାରତ ମଧ୍ୟରେ ଗୁରୁବାର ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ ରେ ଟିମ୍‌ ଇଣ୍ଡିଆ ଦମଦାର୍ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ୍ (୫୧, ୪/୩୩) ପ୍ରଦର୍ଶନ ବଳରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦କୁ ୫୦ ରନ୍‌ରେ ଜିତି ନେଇଛି ଭାରତ। ପ୍ରଥମେ ବ୍ୟାଟିଂ କରି ଭାରତ ୮ ୱିକେଟ ହରାଇ ୧୯୮ ରନ୍ କରିଥିଲା । ମ୍ୟାଚ୍‌ରେ ଭାରତ ପକ୍ଷରୁ ୫୧ ରନ୍‌ କରିବା ସହ ୩୩ ରନ୍‌ରେ ୪ଟି ଓ୍ଵିକେଟ ନେଇଥିବାରୁ ପାଣ୍ଡ୍ୟାଙ୍କୁ ପ୍ଲେୟର ଅଫ ଦ ମ୍ୟାଚ୍‌ ବିବେଚିତ କରାଯାଇଥିଲା । ସେହିପରି ସୂର୍ଯ୍ୟକୁମାର ଯାଦବ ମଧ୍ୟ ଭଲ ବ୍ୟାଟିଂ କରି ୩୯ ରନ୍ କରିଥିଲେ । ଅଧିନାୟକ ରୋହିତ ଶର୍ମା ୨୪ ଓ ଦୀପକ ହୁଡା ୩୩ ରର ଇନିଙ୍ଗସ୍ ଖେଳିଥିଲେ ।

ସୂଚନାଯୋଗ୍ୟ ଯେ ଗତକାଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ୮ ଓ୍ଵିକେଟରେ ୧୯୮ ରନ୍‌ ହାସଲ କରିଥିଲା। ସୂର୍ଯ୍ୟକୁମାର ଯାଦବ ୩୯ ଓ ଦୀପକ ହୁଦା ୩୩ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ଜବାବରେ ଇଂଲଣ୍ଡ ୧୯.୩ ଓଭରରେ ୧୪୮ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ମୋଇନ୍‌ ଅଲ୍ଲୀ ସର୍ବାଧିକ ୩୬ ରନ କରିଥିଲେ। ଆସନ୍ତକାଲି ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ ବୋଲି ସୂଚନା ମିଳିଛି। ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ।

Also Read  Team India 69/0 in the second innings, New Zealand Lost All wickets for 62 runs