ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଦୌଡରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ !

0
540
rishi-sunak-could-be-next-pm-of-britain

ଲଣ୍ଡନ: ନିଜ ଦଳ ମଧ୍ୟରେ ବିଦ୍ରୋହ ଯୋଗୁଁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଜି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବୋରସ୍ ଙ୍କ ଇସ୍ତଫା ପରେ କିଏ ହେବ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଚର୍ଚ୍ଚା ମଧ୍ୟରେ ସବୁଠାରୁ ଆଗରେ ରହିଛି ବୋରିସଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥମନ୍ତ୍ରୀ ଥିବା ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ନାମ । ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଯଦି ଏଭଳି ହୁଏ ତେବେ ଋଷି ପ୍ରଥମ ଭାରତୀୟ ବଂଶୋଦ୍ଭବ ହେବେ, ଯିଏ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବେ। ଋଷି ସୁନକ ହେଉଛନ୍ତି ଇନଫୋସିସର ସହ ସଂସ୍ଥାପକ ତଥା ପ୍ରତିଷ୍ଠିତ ବ୍ୟବସାୟୀ ନାରାୟଣ ମୂର୍ତ୍ତୀଙ୍କ ଜ୍ୱାଇଁ ।

ଋଷି ସୁନକଙ୍କ ବାପାମାଆ ଭାରତୀୟ । ସେମାନେ ୬୦ ଦଶକରେ ବ୍ରିଟେନର ନାଗରିକତ୍ବ ଗ୍ରହଣ କରି ନେଇଥିଲେ । ଋଷି ସୁନକଙ୍କ ଜେଜେବାପା-ଜେଜେ ମା’ ପଞ୍ଜାବରୁ ଯାଇ ବ୍ରିଟେନରେ ରହିବା ଆରମ୍ଭ କରିଥିଲେ। ଋଷି ସେଠାରେ ପାଠ ପଢ଼ିବା ସହ ଇନଫୋସିସ୍ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତୀଙ୍କ ଝିଅ ଅକ୍ଷତା ମୁର୍ତ୍ତୀଙ୍କୁ ବିବାହ କରିଥିଲେ। ସେ କାଲିଫର୍ନିଆରେ ଅକ୍ଷତାଙ୍କୁ ଭେଟିବା ପରେ ଦୁହିଁଙ୍କର ପ୍ରେମ ବିବାହ ହୋଇଥିଲା। ତାଙ୍କର ଦୁଇଟି ଝିଅ ଅଛନ୍ତି। କରୋନା ମହାମାରୀ ସମୟରେ କୋଟି କୋଟି ପାଉଣ୍ଡର ଏକ ବିରାଟ ପ୍ୟାକେଜ୍ ଘୋଷଣା ପରେ ଋଷି ସୁନକଙ୍କ ଲୋକପ୍ରିୟତା ଯଥେଷ୍ଟ ବୃଦ୍ଧି ପାଇଥିଲା।

ଋଷି ସୁନକ ବୋରିସଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥମନ୍ତ୍ରୀ ଥିଲେ ବି ସରକାରରେ ତାଙ୍କର ସବୁଠୁ ଅଧିକ ଲୋକପ୍ରିୟତା ରହିଛି । ସେ ସରକାରଙ୍କ ଚେହେରା ଭାବେ ବିଭିନ୍ନ ପ୍ରସଙ୍ଗରେ ସାମ୍ନାରେ ରହୁଥିଲେ । ଏହାସହ କରୋନା କାଳରେ ବ୍ରିଟେନର ଅର୍ଥନୀତିରେ ସୂଧାର ଆଣିବା ଓ କୋଭିଡ ମ୍ୟାନେଜମେଣ୍ଟକୁ ନେଇ ସେତେବେଳେ ବିଶ୍ୱରେ ଚର୍ଚ୍ଚିତ ହୋଇଥିଲେ ।

Also Read  ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ନକଭିଙ୍କ ସହ ଏହି ତିନିଟି ନାମକୁ ନେଇ ଜୋରଦାର ଚର୍ଚ୍ଚା