ରାଜ୍ୟରେ ଆଉ ୪ ଓମିକ୍ରନ୍ ଚିହ୍ନଟ : ସଂଖ୍ୟା ୮ରେ ପହଞ୍ଚିଲା

0
561
ଗୋଷ୍ଠୀ ସଂକ୍ରମଣ
ଗୋଷ୍ଠୀ ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ ଆଉ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ସହ ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ ପହଞ୍ଚିଛି। ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ପ୍ରଥମେ ୨୧ ତାରିଖରେ ଦୁଇ ଜଣେ ପରେ ୨୩ ତାରିଖରେ ଆଉ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପ୍ରଥମେ ଚିହ୍ନଟ ହୋଇଥିବା ଦୁଇ ଜଣ ନାଇଜେରିଆ ଏବଂ କାତାରରୁ ଫେରିଥିଲେ। ରାଜ୍ୟରେ ଦିନକୁ ଦିନ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ସାରା ବିଶ୍ୱରେ କରୋନାର ନୂଆ ପ୍ରଜାତି ଓମିକ୍ରନର ସଂକ୍ରମଣ ବଢିବାରେ ଲାଗିଛି।

ଭାରତରେ ଓମିକ୍ରନ ଯୋଗୁଁ ତୃତୀୟ ଲହର ଆଶଙ୍କା ରହିଛି। ଏଥିପାଇଁ କେନ୍ଦ୍ର ସରକାର ଆଗୁଆ ରଣନୀତି ପ୍ରସ୍ତୁତି କରିଛନ୍ତି। ଦେଶବ୍ୟାପୀ ଓମିକ୍ରନ୍‌ ସଂକ୍ରମଣ ବୃଦ୍ଧି ମଧ୍ୟରେ କେନ୍ଦ୍ର ସରକାର ୧୦ଟି ରାଜ୍ୟକୁ କେନ୍ଦ୍ରୀୟ ଟିମ୍‌ ପଠାଇଛନ୍ତି। ସଂକ୍ରମଣ ବୃଦ୍ଧି ହେଉଥିବା ରାଜ୍ୟ ଏବଂ କମ୍‌ ଟିକାକରଣ ଥିବା ୧୦ ରାଜ୍ୟରେ କେନ୍ଦ୍ରୀୟ ଟିମ୍‌ ମୁତୟନ ହୋଇଛନ୍ତି। ଏହି ୧୦ ରାଜ୍ୟ ମଧ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ୨ ରାଜ୍ୟ ଉତ୍ତରପ୍ରଦେଶ ଏବଂ ପଂଜାବ ଅଛି। ଉକ୍ତ ୨ ରାଜ୍ୟ ସହିତ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ମିଜୋରାମ, କର୍ଣ୍ଣାଟକ, ବିହାର ଏବଂ ଝାଡ଼ଖଣ୍ଡକୁ କେନ୍ଦ୍ର ସରକାର ଟିମ୍‌ ପଠାଇଛନ୍ତି। ୫ ଦିନ ପାଇଁ ଉପରୋକ୍ତ ରାଜ୍ୟମାନଙ୍କରେ କେନ୍ଦ୍ରୀୟ ଟିମ୍‌ ରହିବେ। କେନ୍ଦ୍ରୀୟ ଟିମ୍‌ ରାଜ୍ୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷମାନଙ୍କ ସହ ମିଶି କାମ କରିବେ। ସେମାନେ ପ୍ରତି ରାଜ୍ୟରେ ଟିକାକରଣ ହାରକୁ ଭଲଭାବେ ଚେକ୍‌ କରିବେ ଏବଂ ହସ୍ପିଟାଲ୍‌ ଭିତ୍ତିଭୂମି ସଂକ୍ରାନ୍ତ ସ୍ଥିତି ସମୀକ୍ଷା କରିବେ। କେନ୍ଦ୍ରୀୟ ଟିମ୍‌ ମୁତୟନ ହୋଇଥିବା ଉପରୋକ୍ତ ୧୦ ରାଜ୍ୟମାନଙ୍କରେ ଜାତୀୟ ହାରାହାରି ଠାରୁ ଟିକାକରଣ ମଧ୍ୟ କମ୍‌ ରହିଛି। କେନ୍ଦ୍ରୀୟ ଟିମ୍‌ ଏହି ରାଜ୍ୟମାନଙ୍କରେ ନିୟମିତ ସ୍ଥିତି ଯା‌ଞ୍ଚ କରିବା ସହ ପ୍ରତିଦିନ ସନ୍ଧ୍ୟା ୭ଟା ସୁଦ୍ଧା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ।

Also Read  Omicron Cases: 7 More People Test Positive in Maharashtra; Total Increases to 12