ରୁଷର ଦାବିକୁ ଖଣ୍ଡନ କଲେ ୟୁକ୍ରେନ ରାଷ୍ଟ୍ରପତି : ଅଫିସରେ ଥାଇ ଭିଡିଓ ପୋଷ୍ଟ କଲେ, କଣ ସେ ମିଛ ଦାବି ଜାଣନ୍ତୁ ?

0
453
In this handout photo taken from video provided by the Ukrainian Presidential Press Office, Ukrainian President Volodymyr Zelenskyy addresses to the nation in Kyiv, Ukraine, Thursday, Feb. 24, 2022. Zelenskyy declared martial law, saying Russia has targeted Ukraine's military infrastructure. He urged Ukrainians to stay home and not to panic. (Ukrainian Presidential Press Office via AP)

ନୂଆଦିଲ୍ଲୀ : ଦେଶ ଛାଡ଼ି ପୋଲାଣ୍ଡ ଚାଲିଯାଇଥିବ ା ରୁଷ ଗଣମାଧ୍ୟମ ଦାବିକୁ ଖଣ୍ଡନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ଆଜି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କିବ୍ ଅଫିସରେ ଅଧିକାରୀମାନଙ୍କ ସହିତ ଥାଇ ଏକ ଭିଡିଓ ପୋଷ୍ଟ କରିଛନ୍ତି । ସେଥିରେ ଜେଲେନ୍‌ସ୍କି ଲେଖିଛନ୍ତି, ମୁଁ କିବ୍‌ରେ ଅଛି। ଏଇଠି କାମ କରୁଛି। କେହି ଖସି ପଳାଇ ନାହାନ୍ତି।

ରୁଷୀୟ ରାଜନୀତିଜ୍ଞ ଭିଆଚେସ୍‌ଲାଭ୍‌ ଭୋଲୋଦିନ୍‌ ଦାବି କରିଥିଲେ ଯେ, ୟୁକ୍ରେନ୍‌ ସଂସଦର ସାଂସଦମାନେ ଜେଲେ‌ନ୍‌ସ୍କିଙ୍କୁ ପାଉ ନାହାନ୍ତି। ତେଣୁ, ସେ ସୁନିଶ୍ଚିତ ପୋଲାଣ୍ଡ୍‌କୁ ପଳାୟନ କରିଥିବେ। ଆହୁରି ମଧ୍ୟ ଗୁଜବ ଉଠିଥିଲା କି, ରୁଷୀୟ ସେନା ଆକ୍ରମଣ ତୀବ୍ରତର ହେଉଥିବା ବେଳେ ୟୁକ୍ରେନୀୟ ସଂସଦ ଗୁପ୍ତ ବୈଠକ ଡାକିବା ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ଅର୍ଥାତ୍‌, ମାର୍ଚ ୨ ତାରିଖରେ ସେ ୟୁକ୍ରେନ୍‌ରୁ ପଳାଇଛନ୍ତି। ସାମାଜିକ ଗଣମାଧ୍ୟମରେ ବି ଗୁଜବ ପ୍ରଘଟ ହୋଇଥିଲା ଯେ, ଜେଲେନ୍‌ସ୍କି ୟୁକ୍ରେନ୍‌ରୁ ପଳାୟନ କରିସାରିଛନ୍ତି। କେତେକ ଦାବି କରିଥିଲେ ଯେ, ୟୁକ୍ରେନ୍‌ରୁ ଖସି ପଳାଇବାରେ ସହାୟତା କରିବାକୁ ଆମେରିକା ଦେଇଥିବା ପ୍ରସ୍ତାବକୁ ସେ ଗ୍ରହଣ କରିଛନ୍ତି।

ଫେବ୍ରୁଆରି ୨୪ ତାରିଖ ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଆଦେଶ ଦେବା ପରେ ଖବର ଆସିଥିଲା ଯେ, ‌ଜେଲେନ୍‌ସ୍କି ୟୁକ୍ରେନ୍‌ ଛାଡ଼ି ପଳାଇଛନ୍ତି। ଏହି ଗୁଜବକୁ ଖଣ୍ଡନ କରିବାକୁ ସେ ଗୋଟାଏ ସେଲ୍‌ଫି ଭିଡିଓ ରିଲିଜ୍‌ କରି କହିଥିଲେ, ମୁଁ ୟୁକ୍ରେନ୍‌ ଛାଡ଼ି ପଳାୟନ କରିବି ନାହିଁ। ପଳାୟନରେ ସହଯୋଗ କରିବାକୁ ଆମେରିକାର ପ୍ରସ୍ତାବକୁ ଏଡ଼ାଇ ସେ କହିଥିଲେ, ପଳାଇଯିବାକୁ ନୁହେଁ, ସେ ଅସ୍ତ୍ରଶସ୍ତ୍ର ଆବଶ୍ୟକ କରୁଛନ୍ତି।

Also Read  Government envisions to establish Jan Aushadhi Kendras in every Block and Gram Panchayat: Shri Ananth Kumar