ରାଜ୍ୟରେ ସଂକ୍ରମଣ ତଳମୁହାଁ ହୋଇଛି ବୋଲି କହି ହେବ ନାହିଁ

0
583
Diarrhea In Rourkela: Six People Died So Far
Diarrhea In Rourkela: Six People Died So Far

ଭୁବନେଶ୍ୱର: ମେଟ୍ରୋ ସହରରେ ଗୋଷ୍ଠୀ ସଂକ୍ରମଣ ଅଛି, ହେଲେ ଆମ ରାଜ୍ୟରେ ନାହିଁ ବୋଲି ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, ଏବେ ରାଜ୍ୟରେ ବହୁତ କମ ସଂକ୍ରମିତ ହସ୍ପିଟାଲରେ ଆଡମିଟ ହେଉଛନ୍ତି। ମାତ୍ର ୨ ପ୍ରତିଶତରୁ କମ୍ ଆଡମିଟ ହୋଇଛନ୍ତି। ଯଦି ସାମାନ୍ୟ ଲକ୍ଷଣ ରହୁଛି ତାହେଲେ ଟେଷ୍ଟ କରନ୍ତୁ, ଟେଷ୍ଟ ନ କଲେ ଅସୁବିଧା ଅଛି, ଘରେ ସମସ୍ତଙ୍କୁ ହୋଇଯିବ । ଏଯାଏଁ ରାଜ୍ୟରେ ଜଣେ ବି ଓମିକ୍ରନ ରୋଗୀଙ୍କର ମୃତ୍ୟୁ ହୋଇନି। ଏଯାଏଁ ରାଜ୍ୟରେ ସଂକ୍ରମଣ ତଳ ମୁହାଁ ହୋଇଛି ବୋଲି କହି ହେବନାହିଁ। ଆମକୁ ଆହୁରି କିଛିଦିନ ଅପେକ୍ଷା କରିବାକୁ ହେବ।

ଏବେ କିନ୍ତୁ ଗୋଷ୍ଠୀ ସଂକ୍ରମଣ ଓଡ଼ିଶାକୁ ମୁହାଁଇଛି। ଗୋଷ୍ଠୀ ସଂକ୍ରମଣ ହୋଇଛି ଅର୍ଥ ସ୍ଥାନୀୟ ଅଞ୍ଚଳରେ ଓମିକ୍ରନ ସଂଖ୍ୟା ବଢ଼ିଛି। ଆମ ରାଜ୍ୟରେ କେତେ ପ୍ରତିଶତ ସଂକ୍ରମଣ ହେଲାଣି ତାହାକୁ ଜାଣିବା ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। କିଛି ଦିନ ତଳେ ହୋଇଥିବା ଜେନମ ସିକ୍ୱେନସିଂ ଅନୁସାରେ ୬୦ ପ୍ରତିଶତ ଥିଲା। ଏବେ ନିଶ୍ଚୟ ବଢିଥିବ। ବାହାର ଦେଶର ଯାତ୍ରୀ ବିନା ଯଦି ଗୋଟିଏ ସ୍ଥାନରେ ରୋଗ ଓ ରୋଗୀ ସଂଖ୍ୟା ବଢ଼ୁଛି, ତାର ଅର୍ଥ ଗୋଷ୍ଠୀ ସଂକ୍ରମଣ ହୋଇଛି। ଅନ୍ୟ ଦେଶରେ ଏହା ହେବା ଆମେ ଦେଖିଛେ। ଆଉ କିଛି ଦିନରେ ଭାରତରେ ବି ଗୋଷ୍ଠୀ ସଂକ୍ରମଣ ହୋଇଯିବ।

Also Read  FIH World Cup: Belgium hammer England to enter final