ରାଜ୍ୟରେ ସର୍ବାଧିକ ୧୫ ଜଣ ସଂକ୍ରମିତଙ୍କ ପ୍ରାଣହାନି : ମୃତକଙ୍କ ମଧ୍ୟରେ ଏକ ୧୩ ମାସର ଶିଶୁ

0
542
once again massive-covid-outbreak in chinas sanghai

ଭୁବନେଶ୍ୱର: ଆଜି ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କ ଛୁଇଁଛି।  ରାଜ୍ୟରେ ସର୍ବାଧିକ ୧୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି ପାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ ଅନୁଗୁଳ, ବରଗଡ଼, କଟକ, କେନ୍ଦ୍ରାପଡ଼ା, ନବରଙ୍ଗପୁର, ନୂଆପଡ଼ା, ମୟୂରଭଞ୍ଜ, ପୁରୀ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ମୃତକ ଅଛନ୍ତି।ଏହି ମୃତକଙ୍କ ମଧ୍ୟରେ ସାତଜଣ ମହିଳା ଥିବା ବେଳେ ୮ ଜଣ ପୁରୁଷ ଅଛନ୍ତି। ଅପରପକ୍ଷରେ ଜଣେ ୧୩ ମାସର ଶିଶୁ ବି ଥିବା ଜଣାଯାଇଛି।

ଖୋର୍ଦ୍ଧା ଜିଲ୍ଲାର ୩ଜଣ ମୃତକଙ୍କ ମଧ୍ୟରେ ଜଣେ ରାଜଧାନୀ ଭୁବନେଶ୍ବରର ଥିବା ଜଣାଯାଇଛି। ସେ ଜଣେ ୬୯ ବର୍ଷୀୟା ମହିଳା। ଠିକ୍ ସେହିପରି ଖୋର୍ଦ୍ଧା ଜିଲ୍ଲାର ଜଣେ ୬୮ ଓ ଆଉ ଜଣେ ୬୫ ବର୍ଷିୟ ପୁରୁଷ ଅଛନ୍ତି। ଗଞ୍ଜାମ ଜିଲ୍ଲାର ଜଣେ ୧୩ ମାସର ଶିଶୁର କରୋନାରେ ଜୀବନ ଯାଇଥିବା ବେଳେ ଜଣେ ୬୫ ବର୍ଷୀୟା ମହିଳା ଓ ୩୪ ବର୍ଷିୟ ପୁରୁଷ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।

ଅପରପକ୍ଷରେ ମୃତକଙ୍କ ଭିତରେ ଅନୁଗୁଳ ଜିଲ୍ଲାର ଜଣେ ୨୭ ବର୍ଷୀୟା ମହିଳା, ବରଗଡ଼ର ଜଣେ ୭୫ ବର୍ଷୀୟା ମହିଳା, କଟକର ୯୬ ବର୍ଷିୟ ପୁରୁଷ, କେନ୍ଦ୍ରାପଡ଼ାର ଜଣେ ୯୦ ବର୍ଷିୟ ପୁରୁଷ, ନବରଙ୍ଗପୁରର ୫୦ ବର୍ଷୀୟା ମହିଳା, ନୂଆପଡ଼ାର ୫୭ ବର୍ଷୀୟା ମହିଳା, ମୟୂରଭଞ୍ଜର ୭୦ ବର୍ଷିୟ ପୁରୁଷ, ପୁରୀର ୭୦ ବର୍ଷିୟ ପୁରୁଷ ଓ ରାୟଗଡ଼ା ୨୫ ବର୍ଷୀୟା ମହିଳା ଅଛନ୍ତି।

Also Read  ତାତିରୁ ମିଳୁନି ନିସ୍ତାର, ହନ୍ତସନ୍ତ କରୁଛି ଗୁଳୁଗୁଳି; ରଜ ଆଗରୁ ମୌସୁମୀ ଓଡ଼ିଶା ଆସିବା ଆଶା କମ୍‌