ରାଜ୍ୟରେ ସାମାନ୍ୟ ଖସିଲା ସଂକ୍ରମଣ : ଆଉ ୬ ଆକ୍ରାନ୍ତଙ୍କ ମୃତ୍ୟୁ

0
427
ରାଜ୍ୟରେ ଖସିଲା ସଂକ୍ରମଣ
ରାଜ୍ୟରେ ଖସିଲା ସଂକ୍ରମଣ

ଭୁବନେଶ୍ୱର : କିଛି ଦିନର ବ୍ୟବଧାନର ପରେ ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯ ହଜାର ୮୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୯୭୨ ଜଣ ଅଛନ୍ତି। ୯,୮୩୩ ଜଣଙ୍କ ମଧ୍ୟରୁ୫,୬୯୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୧୩୪ ଟି ହେଉଛି ଲୋକାଲ୍ କେସ୍‌।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୯୪୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧୩୪, କଟକ ୭୭୪, ଷ୍ଟେଟ୍‌ପୁଲ୍‌ରୁ ୫୭୭, ମୟୂରଭଞ୍ଜ ୨୯୫, ନୟାଗଡ଼ ୨୯୨, ବଲାଙ୍ଗିର ୨୮୮, ବାଲେଶ୍ୱର ୨୮୬,  ରାୟଗଡ଼ା ୨୭୪, ଯାଜପୁର ୨୫୬,ସମ୍ବଲପୁର ୨୦୬, କୋରାପୁଟ ୧୭୪ ଓ ବରଗଡ଼ରୁ ୧୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦ ଅନୁଗୋଳରୁ ୧୧୪,ବରଗଡ଼ରୁ ୧୭୨, ଭଦ୍ରକ ୧୨୯, ବୌଦ୍ଧ ୧୨୦, ଦେବଗଡ଼ ୪୭, ଢେଙ୍କାନାଳ ୯୫, ଗଜପତି ୮୮, ଗଞ୍ଜାମ ୬୯, ଜଗତସିଂହପୁର ୧୫୨, ଝାରସୁଗୁଡ଼ା ୧୬୮, କଳାହାଣ୍ଡି୧୭୧, କନ୍ଧମାଳ ୯୧, କେନ୍ଦ୍ରାପଡ଼ା ୯୯, କେନ୍ଦଉଝର ୧୬୮, ମାଲକାନଗିରି ୫୬, ନବରଙ୍ଗପୁର ୧୫୬, ନୂଆପଡ଼ା ୧୭୩, ପୁରୀରୁ ୧୪୬ ଓ ସୋନପୁରରୁ ୧୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୮୭ ହଜାର ୨୯୫ ବେଳେ ସେମାନଙ୍କ ମଧ୍ୟରୁ ୧୦୮୯୦୩୩ ଜଣ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ୮୯୭୦୨ ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ମୃତ୍ୟୁ ସଂଖ୍ୟା ୮ ହଜାର ୫୦୭କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅଡିଟ୍ ପ୍ରୋସେସରେ ଆଉ ୬ଜଣ ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକ ଜିଲ୍ଲାରୁ ଦିନକରେ ୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁଗୋଳ ଓ ଜଗତସିଂହପୁର ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ପୁରୀ ଓ ଢେଙ୍କାନାଳରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Also Read  Odisha registers 638 new Covid cases in 24 Hours; 260 from Khurda