ଦେଶରେ ବେକାବୁ କରୋନା : ୩,୪୭,୨୫୪ ଆକ୍ରାନ୍ତ, ୭୦୩ ମୃତ

0
538
ରାଜ୍ୟରେ ସାମାନ୍ୟ ବଢ଼ିଲା ସଂକ୍ରମଣ
ରାଜ୍ୟରେ ସାମାନ୍ୟ ବଢ଼ିଲା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ବେକାବୁ ହେଲାଣି ସଂକ୍ରମଣ। ପୁଣି ହୋଇଛି ଉପର ମୁହାଁ। ଦିନକରେ ଚିହ୍ନଟ ହେଲେ ରେକର୍ଡ ସଂଖ୍ୟକ ପଜିଟିଭ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୪୭ ହଜାର ୨୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୭୦୩ ଜଣଙ୍କ ମୃତ୍ୟୁ ହୋଇଛି।

ଗତକାଲି ଠାରୁ ଆଜିର ସଂକ୍ରମଣ ସଂଖ୍ୟା ୨୯,୭୨୨ ଅଧିକ ରହିଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୮୫,୬୬,୦୨୭ରେ ପହଞ୍ଚିଛି। ସେହିପରି କୋଭିଡ୍‌-୧୯ଜନିତ ମୋଟ ମୃତ୍ୟୁସଂଖ୍ୟା ୪,୮୮,୩୯୬ରେ ପହଞ୍ଚିଛି।

ଅନ୍ୟପଟେ ଗତ ୨୪ ଘଣ୍ଟାରେ କରୋନାରୁ ୨,୫୧,୭୭୭ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ୩,୬୦,୫୮,୮୦୬ ରହିଛି। ଏହାଛଡ଼ା ଏବେ ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦,୧୮,୮୨୫ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ସେହିପରି, ଦେଶରେ ସମୁଦାୟ ‘ଓମିକ୍ରନ୍‌’ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ୯,୬୯୨ରେ ପହଞ୍ଚିଛି। ଗତକାଲି ଠାରୁ ଓମିକ୍ରନ୍‌ ସଂକ୍ରମଣ ୪.୩୬% ବୃଦ୍ଧି ପାଇଥିବା ସୂଚନା ରହିଛି।

Also Read  Covid-19 in India: 31,222 new cases; 290 deaths in 24 Hours