ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ବର୍ଷା…..
ଭୁବନେଶ୍ୱର: ଆସନ୍ତା ୧୫ ତାରିଖ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରରେ ୩ଟି ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ଭାରୀ ବର୍ଷା ହେବାର ବର୍ଷା ହେବାର ସମ୍ଭାବନା ଅଛି । କେତେକ ମଡେଲ କହୁଛି, ଲଘୁଚାପ ଓଡ଼ିଶାରେ ବିଶେଷ କରି ଦକ୍ଷିଣ ଓ ଉପକୂଳ ଅଞ୍ଚଳରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ପ୍ରଭାବ ପକାଇବ ବୋଲି ପାଣିପାଗ ବିଶେଷଜ୍ଞମାନେ ଅ।କଳନ କରିଛନ୍ତି ।
କୃଷି ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ ଆକଳନ କରି କହିଛନ୍ତି ଯେ, ଶନିବାର ସକାଳେ ଶ୍ରୀଲଙ୍କା ନିକଟରେ ରହିଥିବା ଲଘୁଚାପର କିଛି ଅଂଶ ୧ ତାରିଖ ସୁଦ୍ଧା ଦକ୍ଷିଣ ଆରବସାଗରରେ କ୍ରମଶଃ ଏହା ଘନୀଭୂତ ହେବ । ୫ତାରିଖ ଯାଏ ଏହାର ଅନ୍ୟ ଗୋଟିଏ ଅଂଶ ଦ୍ୱାରା ତାମିଲନାଡୁରୁ ଓଡ଼ିଶା ପର୍ଯ୍ୟନ୍ତ ପ୍ରଭାବ ପଡ଼ିବ । ତେବେ ୫ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପୁଣି ଏକ ଲଘଚାପ ସୃଷ୍ଟି ହେବ । ୧୧ ବେଳକୁ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ଓଡ଼ିଶାରେ ଏହାର ପ୍ରଭାବ ୧୨ ତାରିଖ ପର୍ଯ୍ୟନ୍ତ ରହିବ । ବର୍ତ୍ତମାନ ଲଘୁଚାପ ପ୍ରଭାବ ଅପେକ୍ଷାକୃତ ଅଧିକ ହୋଇପାରେ । ଆସନ୍ତା ୧୩ ତାରିଖରେ ସେହି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ତୃତୀୟ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ କି ନାହିଁ ତାହା ଏବେ ଆକଳନ କରିବା କଷ୍ଟକର ।
୩୧ ରାତିରେ କୁହୁଡି ହୋଇପାରେ । ୧-୭ ତାରିଖ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ କମିପାରେ । ୨ରେ ଗଞ୍ଜାମ, ଗଜପତି, ନୟାଗଡ଼, ରାୟଗଡ଼ାରୁ ସ୍ଥାନେ ସ୍ଥାନେ ସ୍ୱଳ୍ପରୁ ମଧ୍ୟମ ବର୍ଷା ଓ କୋହଲା ପାଗ ଲାଗି ରହିବ । ୩ ଓ ୪ ତାରିଖରେ ଅଧିକାଂଶ ଜିଲ୍ଲାରେ ପାଗ ମେଘୁଅ । ଓ ଦକ୍ଷିଣ ଉପକୂଳରେ ହାଲୁକାରୁ ସ୍ୱଳ୍ପ ବର୍ଷା ହେବ । ତେବେ ୫ରୁ ବର୍ଷାର ପ୍ରକୋପ କମିବ, କିନ୍ତୁ ପାଗ ମେଘୁଅ । ରହିବ ।
ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ ଓ ଜଗତସିଂହପୁର ଜିଲ୍ଲାରେ ୫୦-୮୦ ମିମି ବର୍ଷା ହୋଇପାରେ । ୮-୧୫ ଭିତରେ ଉପକୂଳ ଓ ସଂଲଗ୍ନ ଜିଲ୍ଳାରେ କିଛି ସ୍ଥାନରେ ବର୍ଷା ହୋଇପାରେ । ଏହା ବ୍ୟତୀତ ବାକି ଜିଲ୍ଲାରେ ସପ୍ତାହେ ପର୍ଯ୍ୟନ୍ତ ପାଗ ଶୁଖିଲା ବା ଖରାଟିଅ । ରହିବ । ୪ତାରିଖ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ ଯାଏ କମିବ । ଧାନ ଫସଲରେ ପତ୍ର ପେଡ଼ା, ମାଟିଅ । ଗୁଣ୍ଡି ପୋକର ପାଦୃର୍ଭାବ ବଢ଼ିବ ବୋଲି ଶ୍ରୀ ପଶୁପାଳକ କହିଛନ୍ତି ।