ରାଶିବାଡ଼ ଘାଟିରେ ବସ୍ ଦୁର୍ଘଟଣାଗ୍ରସ୍ତ : ୧୦ରୁ ଅଧିକ ଯାତ୍ରୀ ଆହତ

0
599
ରାଶିବାଡ଼ ଘାଟିରେ ବସ୍ ଦୁର୍ଘଟଣାଗ୍ରସ୍ତ
ରାଶିବାଡ଼ ଘାଟିରେ ବସ୍ ଦୁର୍ଘଟଣାଗ୍ରସ୍ତ

ପାରଳାଖେମୁଣ୍ଡି: ଆଜି ସକାଳେ ଭୁବନେଶ୍ୱରଠାରୁ ରାମଗିରି ଦେଇ ପାରଳାଖେମୁଣ୍ଡି ଆସୁଥିବା ଇସ୍ପାତ ବସ ରାଶିବାଡ଼ ଘାଟିରେ ଦୁର୍ଘଟଣା ଶିକାରୀ ହୋଇଛି। ସୂଚନା ମୁତାବକ ଘାଟିରୁ ଓହ୍ଲାଇବା ବେଳେ ଗାଡିର ବ୍ରେକ ଫେଲ୍ ହୋଇଥିଲା ଏବଂ ଗାଡ଼ି ଭାରସାମ୍ୟ ହରାଇଥିଲା ଏବଂ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା ୧୦ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ।

ଏହି ଦୁର୍ଘଟଣାରେ ଡ୍ରାଇଭର ଅନୀଲ କୁମାର ରାଉତ ଆହତ ହୋଇଥିବା ବେଳେ ଯାତ୍ରୀ କୁଶଭଦ୍ର ବାରିକ, ସନ୍ତୋଷୀ ବାରିକ, ନିରଞ୍ଜନ ମଣ୍ଡଳ, ଦାଶରଥୀ ବେହେରା,ପୁଷ୍ପ ଘଡାଇ(ରାମଗିରି), ଧର୍ମେନ୍ଦ୍ର ମହନ୍ତ, ଲୋକନାଥ ରଇତ(ରାମଗିରି) ଆହତ ହୋଇ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

Also Read  ଅଗଷ୍ଟ ମାସରେ ଉତ୍‌କ୍ଷେପଣ ହେବ ଚନ୍ଦ୍ରଯାନ-୩