ରେଳ କର୍ମଚାରୀଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହେଲେ ମହିଳା

0
484
Odisha Medical Student Gang-Rape Case: 3 Arrested So Far, 2 Absconded
Odisha Medical Student Gang-Rape Case: 3 Arrested So Far, 2 Absconded

ନୂଆଦିଲ୍ଳୀ: ଦିଲ୍ଳୀର ରେଳ ‌ଷ୍ଟେସନ୍‌ ପରିସରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ଏଠାରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ସୂଚନା ରହିଛି ଯେ ୨ ଜଣ ରେଳ କର୍ମଚାରୀ ମହିଳାଙ୍କୁ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ୨ ଜଣ ଦୁଷ୍କର୍ମ ହେଉଥିବା ରୁମ୍‌କୁ ଜଗି ରହିଥିଲେ। ଘଟଣାଟି ଶୁକ୍ରବାର ଭୋରୁ ଘଟିଥିବା ଦିଲ୍ଲୀ ପୁଲିସ୍‌ ସୂଚନା ଦେଇଛି। ଶୁକ୍ରବାର ରାତି ପ୍ରାୟ ୨.୩୦ ସମୟରେ ମହିଳା ପୁଲିସ୍‌କୁ ଫୋନ୍‌ କରି ଅଭିଯୋଗ କରିବା ପରେ ଏହି ମାମଲାରେ ସଂପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ନାଁ ସତିଶ କୁମାର ଓ ତାଙ୍କୁ ୩୫ ବର୍ଷ ବୟସ। ସତିଶ ଓ ମହିଳା ଉଭୟଙ୍କୁ ୨ ବର୍ଷ ହେବ ଜାଣନ୍ତି।

ସେ ରେଳବାଇରେ ଚାକିରି ଦେବା ପ୍ରଲୋଭନ ଦେଖାଇ ମହିଳାଙ୍କୁ ସେଠାକୁ ଡାକିବା ସହ ନିଜର ଅନ୍ୟ ବନ୍ଧୁଙ୍କ ସହ ପରିଚିତ କରାଇଥିବା ମହିଳା ତାଙ୍କ ଅଭିଯୋଗରେ କହିଛନ୍ତି। ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତମାନେ ହେଉଛନ୍ତି ବିନୋଦ କୁମାର(୩୮), ମଙ୍ଗଲଚାନ୍ଦ ମୀନା(୩୩) ଏବଂ ଜଗଦୀଶ ଚାନ୍ଦ(୩୭)। ଏମାନେ ସମସ୍ତେ ଭାରତୀୟ ରେଳର ବଦ୍ୟୁତ୍‌ ବିଭାଗୀୟ କର୍ମଚାରୀ। ଏହି ଘଟଣାକୁ ନେଇ ରେଳବାଇ ଡିସିପି ହରେନ୍ଦ୍ର କୁମାର ସିଂହ କହିଛନ୍ତି, ‘ରାତି ପ୍ରାୟ ୨.୨୭ ସମୟରେ ପୁରୁଣା ଦିଲ୍ଳୀ ପୁଲିସ୍‌କୁ ମହିଳା ଫୋନ୍‌ କରି ଅଭିଯୋଗ କରିଥିଲେ। ତାପରେ ପୁଲିସ୍‌ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।’

Also Read  ଏୟାର ଇଣ୍ଡିଆ ର ବିମାନ ରେ ୟୁକ୍ରେନ ରୁ ପୁଣି ଆସିଲେ ୨୫୦ ଜଣ ଛାତ୍ରଛାତ୍ରୀ