ଶାହରୁଖ ଖାଁ ଙ୍କ ପୁଅ ଙ୍କ ଡ୍ରଗ କେଶ ର ମୁଖ୍ୟ ତଦନ୍ତକାରୀ ଅଫିସର ସମୀର ୱାନକେଡେ ଙ୍କୁ ଆଶ୍ବସ୍ତି

0
2015
ଶାହରୁଖ ଖାଁ ଙ୍କ ପୁଅ ଙ୍କ ଡ୍ରଗ କେଶ ର ମୁଖ୍ୟ ତଦନ୍ତକାରୀ ଅଫିସର ସମୀର ୱାନକେଡେ ଙ୍କୁ ଆଶ୍ବସ୍ତି
ଶାହରୁଖ ଖାଁ ଙ୍କ ପୁଅ ଙ୍କ ଡ୍ରଗ କେଶ ର ମୁଖ୍ୟ ତଦନ୍ତକାରୀ ଅଫିସର ସମୀର ୱାନକେଡେ ଙ୍କୁ ଆଶ୍ବସ୍ତି

ଫେବୃଆରୀ ୧୨
ଅଭିନେତା ଶାହରୁଖ ଖାଁ ଙ୍କ ପୁଅ ଡ୍ରଗ କେଶ ରେ ଗିରଫ ହେବା ପରେ IRS ଅଫିସର ସମୀର ୱାନକେଡେ ଖୁବ ଚର୍ଚ୍ଚା କୁ ଆସିଥିଲେ I ପରେ ପରେ ତାଙ୍କ ବିରୁଦ୍ଧ ରେ କହିବାକୁ ଲାଗିଲେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ I ସେ ବହୁ ପ୍ରମାଣପତ୍ର ସହ ମିଡ଼ିଆ ଆଗରେ କହିଲେ ଯେ’ ମିଛ ଜାତିଗତ ପ୍ରମାଣ ଦେଇ ସମୀର ୱାନକେଡେ ଚାକିରୀ ପାଇଛନ୍ତି I ତାଙ୍କ ଭାଷାରେ, ସେ ମୁସଲିମ ସମ୍ପ୍ରଦାୟର, କିନ୍ତୁ ଅନୁସୂଚିତ ଜାତି ର ବୋଲି ମିଛ ପ୍ରମାଣ ପତ୍ର ଦେଇ ଚାକିରୀ ପାଇଛନ୍ତି I ତେଣୁ ତାଙ୍କୁ ଶୀଘ୍ର ବହିଷ୍କାର କରାଯାଉ I

ଏହା ପରେ IRS ଅଫିସର ସମୀର ୱାନକେଡେ କୋର୍ଟ କେଶ ଠାରୁ ଆରମ୍ଭ କରି ବହୁ ଜଟିଳ ସମସ୍ୟା ଦେଇ ଗତିକଲେ I ଏବେ National Commission For Scheduled Caste ଏ ନେଇ ସ୍ପଷ୍ଟ କରି କହିଛି ଯେ, ସେ ମୁସଲିମ ନୁହନ୍ତି
ଅନୁସୂଚିତ ଜାତି ର ଅଟନ୍ତି I ଏହା ସେ (ୱାନକେଡେ) ଆୟୋଗଙ୍କ ନିକଟରେ ପ୍ରମାଣ କରିଛନ୍ତି।

ଅନ୍ୟପକ୍ଷରେ, ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଦାବି କରିଛନ୍ତି ଯେ ୱାନକେଡେ ଜଣେ ମୁସଲମାନ ଏବଂ ଅନୁସୂଚିତ ଜାତି ର ସଦସ୍ୟ ନୁହଁନ୍ତି।
ୱାନକେଡେ ପାଇଁ ଏହା ଏକ ବଡ ଆଶ୍ବସ୍ତି ର ଖବର I କାରଣ National Commission For Scheduled caste ର ରାୟ ତାଙ୍କ ସପକ୍ଷରେ ଆସିଛି I
ୱାନକେଡେ କମିଶନଙ୍କୁ କହିଥିଲେ ଯେ ସେ ମହର ଜାତିର ଅଟନ୍ତି ଏବଂ ତାଙ୍କ ଜାତି ଅନୁସୂଚିତ ଜାତି ସମ୍ପ୍ରଦାୟର ଅଟେ।

ସେ ଏସସି ସମ୍ପ୍ରଦାୟର ବୋଲି ପ୍ରମାଣ କରିବାକୁ ସେ ଏକ ଦଲିଲର ଏକ ତାଲିକା ଦାଖଲ କରିଥିଲେ | ତା ସହ ବିଭିନ୍ନ ଡକ୍ୟୁମେଣ୍ଟ ଥିବା ଏକ ପେନ୍ ଡ୍ରାଇଭ୍ ସହିତ ମଧ୍ୟ କମିଶନ କୁ ଦେଇଥିଲେ I

ଏହି ଡକୁମେଣ୍ଟ ଗୁଡିକ ଭିତରେ ସେ ତାଙ୍କ ର ସ୍କୁଲ ଲିଭିଂ ସାର୍ଟିଫିକେଟ, ତାଙ୍କ ପରିବାରର ସଦସ୍ୟଙ୍କ ଜାତି ପ୍ରମାଣପତ୍ର, ବିବାହ ପ୍ରମାଣପତ୍ର, ଚାକିରୀ ସମୟ ର କାଗଜ ପତ୍ର, ପାସପୋର୍ଟ ଏବଂ ଅନ୍ୟାନ୍ୟ ପ୍ରଯୁଜ୍ୟ ଦଲିଲ ଥିଲା ବୋଲି ଏକ ବିଶେଷ ସୂତ୍ରରୁ ଜଣାଯାଇଛି I ଏହି ସବୁ ଡକୁମେଣ୍ଟ ସେ ଅନୁସୂଚିତ ଜାତି ସମ୍ପ୍ରଦାୟର ସଦସ୍ୟ ବୋଲି ଏହା ପ୍ରମାଣିତ କରିଛି।

Also Read  ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଲଜ୍ୟାଜନକ ପରାଜୟ ପରେ ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ପଦ ଛାଡିଲେ ଜୋ ରୁଟ୍