ଆର୍ଯ୍ୟନ ଖାଁ ଙ୍କୁ ପୁଣି ଗୋଟିଏ ରାତି ଜେଲ ରେ ରହିବାକୁ ପଡିପାରେ

0
732

ଅକ୍ଟୋବର ୨୯
ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଆର୍ଥର ରୋଡ ସେଣ୍ଟ୍ରାଲ ଜେଲରେ ଆଉ ଏକ ରାତି ବିତାଇବେ ବୋଲି ଆଶା କରାଯାଉଛି କାରଣ ତାଙ୍କ ଜାମିନ ଆଦେଶ ନିର୍ଦ୍ଦିଷ୍ଟ ସମୟ 5.30 ସୁଦ୍ଧା ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚି ପାରି ନାହିଁ।
ଆଡଭୋକେଟ୍ ସତୀଶ ମନସିନ୍ଧେ ଙ୍କ ନେତୃତ୍ୱ ରେ ବମ୍ବେ କୋର୍ଟ ରୁ ଆର୍ଥର ରୋଡ ସେଣ୍ଟ୍ରାଲ କୁ ଯାଉଥିବା ଲିଗାଲ ଦଳ ଟ୍ରାଫିକ ଯାମ ଯୋଗୁଁ ରାସ୍ତାରେ ଅଟକି ରହିଥିବା ଜଣାଯାଇଛି। ବମ୍ବେ ହାଇକୋର୍ଟରୁ ଆର୍ଥର ରୋଡ ସେଣ୍ଟ୍ରାଲ ଜେଲ ମାତ୍ର ୮ କିଲୋମିଟର ଦୂର I କିନ୍ତୁ, ଟ୍ରାଫିକ ଯାମ ଯୋଗୁଁ ସେମାନେ ପହଂଚି ପାରିନାହାନ୍ତି I

ଏପରିକି ବଲିଉଡ ମେଗାଷ୍ଟାର ଶାହରୁଖ ଯିଏ ନିଜ ବାନ୍ଦ୍ରା ବଙ୍ଗଳା ଛାଡି ଏକ ଛୋଟ ମୋଟରକେଡରେ ଆର୍ଯ୍ୟନଙ୍କୁ ଜେଲରୁ ଆଣିବା ପାଇଁ ଯାଇଥିଲେ ସେ ମଝି ରାସ୍ତାରୁ ଫେରି ଆସିବାକୁ ବାଧ୍ୟ ହେଲେ I ଯଦିଓ ପରିବାର ର ଘନିଷ୍ଠ ବନ୍ଧୁ ତଥା ଅଭିନେତ୍ରୀ ଜୁହି ଚାୱଲା ସବୁ କାଗଜପତ୍ର ରେ ଦସ୍ତଖତ କରି ସାରିଛନ୍ତି I

ତେବେ ଜାମିନ କାଗଜପତ୍ର ଠିକ୍ ସମୟରେ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚି ପରି ନ ଥିବାରୁ ଆର୍ଯ୍ୟନ୍ ଙ୍କୁ ଆଜି ରାତି ଜେଲ ରେ କଟାଇବାକୁ ପଡିପାରେ I ଶନିବାର ସକାଳେ ସେ ଘରକୁ ଯାଇପାରିବେ I
ଉଭୟ SRK ଏବଂ ଆର୍ଯ୍ୟନ ଙ୍କୁ ଦେଖିବା ପାଇଁ ହଜାର ହଜାର ପ୍ରଶଂସକ ବାନ୍ଦ୍ରା ଠାରୁ ଚିଞ୍ଚପୋକଲି ପର୍ଯ୍ୟନ୍ତ ରାସ୍ତାରେ ଧାଡି ବାନ୍ଧି ଠିଆ ହେଇଥିବାର ଦେଖାଯାଇଥିଲା I କିନ୍ତୁ ସେ ଜେଲ ରୁ ଆଜି ଆସିପାରିବେ ନାହିଁ ବୋଲି ଜାଣିବାକୁ ପାଇବା ପରେ, ନିରାଶ ହୋଇ ସମସ୍ତେ ଫେରିଯାଇଥିଲେ I

ବମ୍ବେ ହାଇକୋର୍ଟ ଗୁରୁବାର ସନ୍ଧ୍ୟାରେ ଆର୍ଯ୍ୟନ ଏବଂ ଅନ୍ୟ ଦୁଇଜଣ – ଅରବାଜ ମର୍ଚାଣ୍ଟ ଏବଂ ମୁନମୁନ୍ ଧାମଚାଙ୍କୁ ଜାମିନ ପ୍ରଦାନ କରିଥିଲେ, କିନ୍ତୁ ଶୁକ୍ରବାର ଅପରାହ୍ନରେ ଜାମିନ ଆଦେଶ ଜାରି କରାଯାଇଥିଲା, ଯାହା ପରେ ସେମାନଙ୍କର ଆଡ଼ଭୋକେଟ ମାନେ ଅବଶିଷ୍ଟ ଆନୁଷ୍ଠାନିକ କାର୍ଯ୍ୟ ସମାପ୍ତ କରିଥିଲେ।

ଗୁରୁବାର ଜାମିନ ଆବେଦନ ଘୋଷଣା ହେବାର କିଛି ସମୟ ପରେ ଶାହରୁଖ ଖୁସିରେ କାନ୍ଦି ପକାଇଥିଲେ ଏବଂ ତାଙ୍କର ସବୁ ଆଡ଼ଭୋକେଟ ଙ୍କ ସହ ଦେଖାକରି ଧନ୍ୟବାଦ ଦେଇଥିଲେ I

Also Read  Making Shah Rukh, Salman to dance together is difficult: Mika