୨୮ ଦିନ ପରେ ଜେଲ୍‌ରୁ ମୁକୁଳିଲେ ଆର୍‌ୟନ୍‌ ଖାନ୍‌ : କେଉଁ ୧୪ ସର୍ତ୍ତ ରଖିଲେ କୋର୍ଟ ?

0
314
ଜେଲ୍‌ରୁ ମୁକୁଳିଲେ ଆର୍‌ୟନ୍‌ ଖାନ୍‌
ଜେଲ୍‌ରୁ ମୁକୁଳିଲେ ଆର୍‌ୟନ୍‌ ଖାନ୍‌
ମୁମ୍ବାଇ : ଦୀର୍ଘ ୨୮ ଦିନ ପରେ ଶାହରୁଖ ଖାନଙ୍କ ପୁଅ ଆର୍‌ୟନ୍‌ ଶେଷରେ ଜେଲରୁ ବାହାରିଛନ୍ତି। ପୁଅକୁ ଆଣିବା ପାଇଁ ନିଜେ ଶାହରୁଖଙ୍କ ଗାଡି ଆର୍ଥର ରୋଡ୍‌ ଜେଲରେ ପହଞ୍ଚିଥିଲା। ଶାହରୁଖଙ୍କ ବଡିଗାର୍ଡ ରବି ଆର୍‌ୟନ୍‌ଙ୍କୁ ଆଣିବା ପାଇଁ ଜେଲ୍‌ରେ ପହଞ୍ଚିଥିଲେ। ଏହାପରେ ସେଠାରୁ ସେମାନେ ସିଧା ଗାଡ଼ିରେ ବସି ମନ୍ନତ ଅଭିମୁଖେ ବାହାରି ଯାଇଥିଲେ।
ଜାମିନ ପ୍ରକ୍ରିୟା ଶେଷ ହେବା ପରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ଆର୍‌ୟନ୍‌ ଖାନ୍‌ଙ୍କ ଆର୍ଥର୍‌ ରୋଡ୍‌ ଜେଲ୍‌ରୁ ମୁକୁଳିଛନ୍ତି। ଏହା ପୂର୍ବରୁ ଶାହାରୁଖ୍‌ ଖାନ୍‌ଙ୍କ ଅଙ୍ଗରକ୍ଷୀ ରବି ମଧ୍ୟ ଆର୍ଥର୍‌ ରୋଡ୍‌ ଜେଲ୍‌ରେ ପହଞ୍ଚିଥିଲେ।ସେ ଆର୍‌ୟନ୍‌ଙ୍କୁ ଜେଲ୍‌ ବାହାରେ ଠିଆ ହୋଇଥିବା ଶାହାରୁଖ୍‌ ଖାନ୍‌ଙ୍କର ଧଳା ରଙ୍ଗର ‘ରେଞ୍ଜ୍‌ ରୋଭର୍‌’ କାର୍‌ ପାଖକୁ ନେଇଯାଇଥିଲେ। ସେଥିରେ ବସି ଆର୍‌ୟନ୍‌ ଘରକୁ ଫେରିଛନ୍ତି।
ସୂଚନାଯୋଗ୍ୟ, ‘ଡ୍ରଗ୍‌ସ୍‌-ଅନ୍‌-କ୍ରୁଜ୍‌’ ମାମଲାରେ ପ୍ରାୟ ୩ ସପ୍ତାହ ଜେଲ୍‌ରେ ରହିବା ପରେ ଆଜି ଆର୍‌ୟନ୍‌ଙ୍କୁ ମୁକ୍ତ କରାଯାଇଛି। ଆଜି ସକାଳେ ଆର୍ଥର୍‌ ରୋଡ୍‌ ଜେଲ୍‌ କର୍ମଚାରୀମାନେ ‘ବେଲ୍‌ ବକ୍ସ୍‍’ରୁ ଜାମିନ କାଗଜପତ୍ର ନେଇ ଆର୍‌ୟନ୍‌ଙ୍କୁ ମୁକୁଳାଇବା ପ୍ରକ୍ରିୟା ଆରମ୍ଭ କରିଥିଲେ। ଆର୍‌ୟନ୍‌ଙ୍କୁ ମୁକ୍ତ କରାଯିବା ପୂର୍ବରୁ ଆଜି ମୁମ୍ବାଇ ପୁଲିସ ଆର୍ଥର୍‌ ରୋଡ୍‌ ଜେଲ୍‌ ବାହାରେ ବ୍ୟାରିକେଡ୍‌ ବସାଇଛି। ଆର୍ଥର୍‌ ରୋଡ୍‌ ଜେଲ୍‌କୁ ପଡ଼ିଥିବା ରାସ୍ତାରେ ବ୍ୟାପକ ଯାନବାହନ ଗହଳି ହୋଇଥିଲା। ତାଙ୍କୁ ଟିକେ ଦେଖିବା ପାଇଁ ଆର୍ଥର୍‌ ରୋଡ୍‌ କେନ୍ଦ୍ରୀୟ କାରାଗାର ବାହାରେ ଜନଗହଳି ହୋଇଥିବାରୁ ଅପ୍ରୀତିକର ଘଟଣା ଏଡ଼ାଇବା ପାଇଁ ପୁଲିସ ନିରାପତ୍ତା ବ୍ୟବସ୍ଥା କଠୋର କରିଛି। ସେପଟେ, ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇବା ଲାଗି ଶାହରୁଖ ଖାନ୍‌ଙ୍କ ବାସଭବନ ‘ମନ୍ନତ୍‌’କୁ ସୁନ୍ଦର ଭାବେ ଆଲୋକମାଳାରେ ସଜାଯାଇଛି। ଗୁରୁବାର ଦିନ ବମ୍ବେ ହାଇକୋର୍ଟ ୧୪ଟି ସର୍ତ୍ତ ରଖି ଆର୍‌ୟନ୍‌ଙ୍କୁ ଜାମିନ ମଞ୍ଜୁର କରିଥିଲେ।

ବଲିଉଡ୍‌ ଅଭିନେତ୍ରୀ ଜୁହି ଚାୱଲା ଆର୍ୟନଙ୍କ ଜାମିନ ପାଇଁ ବେଲ୍‌ ବଣ୍ଡ ଜମା 

ବଲିଉଡ୍‌  ଅଭିନେତ୍ରୀ ଜୁହି ଚାୱଲା ଆଜି ଏନ୍‌ଡିପିଏସ୍‌ କୋର୍ଟରେ ପହଞ୍ଚି ଆର୍ୟନ ଖାନ୍‌ଙ୍କ ଜାମିନ ବାବଦରେ ୧ ଲକ୍ଷ ଟଙ୍କାର ବେଲ୍‌ ବଣ୍ଡ ଜମା କରିଥିଲେ ଏବଂ ସମସ୍ତ ଔପଚାରିକତା ପୂରଣ କରିଥିଲେ। ବିଚାରପତି ଜୁହିଙ୍କୁ ପଚାରିଥିଲେ ଆପଣ କାହାକୁ ଜାମିନରେ ନେବାକୁ ଆସିଛନ୍ତି। ଏହାର ଉତ୍ତରରେ ଜୁହି କହିଥିଲେ ମୁଁ ଆର୍ୟନଙ୍କୁ ଜାମିନରେ ନେଉଛି ଏବଂ ଛୋଟ ବେଳୁ ତାଙ୍କୁ ଜାଣିଛି।

aryan home

ବମ୍ବେ ହାଇକୋର୍ଟ ଆର୍ୟନ୍‌ଙ୍କୁ ୧୪ ସର୍ତ୍ତରେ ଜାମିନ ଦେଇଛନ୍ତି

ଆର୍ୟନ୍‌ ଅନ୍ୟ କୌଣସି ଅଭିଯୁକ୍ତଙ୍କ ସହ ଯୋ‌ଗାଯୋଗ କରିପାରିବେ ନାହିଁ। ସମାନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ସହ ‌ଯୋଗାଯୋଗ କରିବେନି। ଏମିତି କୌଣସି କାର୍ଯ୍ୟ କରିବେନି ଯାହାଦ୍ବାରା ଏନ୍‌ଡିପିଏସ୍‌ ଆଇନ ଅଧୀନରେ ବିଚାରଣରେ ବାଧା ସୃଷ୍ଟି ହେବ । ସାକ୍ଷୀଙ୍କୁ ପ୍ରଭାବିତ କରିବା କିମ୍ବା ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବାକୁ କୌଣସି ପ୍ରୟାସ କରିବେ ନାହିଁ । ସ୍ବତନ୍ତ୍ର କୋର୍ଟରେ ପାସପୋର୍ଟ ଦାଖଲ କରିବାକୁ ପଡ଼ିବ କୋର୍ଟ ବିଚାରଣ ସଂକ୍ରାନ୍ତରେ ଗଣମାଧ୍ୟମରେ କୌଣସି ବିବୃତି ରଖିବେନି । ଏନ୍‌ଡିପଏସ୍‌ ସ୍ବତନ୍ତ୍ର ବିଚାରପତିଙ୍କ ବିନା ଅନୁମତିରେ ଦେଶ ଛାଡ଼ି ପାରିବେନି । ଯଦି ଗ୍ରେଟର ମୁମ୍ବାଇ ବାହାରକୁ ଯିବେ ତେବେ ତଦନ୍ତକାରୀ ଅଧିକାରୀଙ୍କୁ ଅବଗତ କରିବାକୁ ପଡ଼ିବ। ପ୍ରତି ଶୁକ୍ରବାର ସକାଳ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏନ୍‌ସିବି ମୁମ୍ବାଇ ଅଫିସ୍‌ରେ ହାଜର ହେବେ। କୋର୍ଟରେ ସମସ୍ତ ଡେଟ୍‌ରେ ହାଜର ହେବେ । ଯେତେବେଳେ ଏବଂ ଯେକୌଣସି ସମୟରେ ଡକାଯିବ ତଦନ୍ତ ପାଇଁ ଏନ୍‌ସିବି ଅଧିକାରୀଙ୍କ ପାଖରେ ହାଜର ହେବେ। ଥ‌ରେ ବିଚାରଣ ଆରମ୍ଭ ହେବାପରେ ବିଚାରଣକୁ ବିଳମ୍ବିତ କରିବାକୁ ଚେଷ୍ଟା କରିବେନି । ଯଦି ଆର୍ୟନ ଏବଂ ଅନ୍ୟ ଅଭିଯୁକ୍ତମାନେ କୌଣସି ସର୍ତ୍ତର ଉଲ୍ଲଂଘନ କରନ୍ତି‌ ତେବେ ସେମାନଙ୍କ ଜାମିନ ବାତିଲ କରା‌ଯିବ।

 

Also Read  ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ

LEAVE A REPLY

Please enter your comment!
Please enter your name here