ଶୀନା ବୋରା ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ

0
561

ଡେସ୍କ: ଶିନା ବୋରା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ଏଲ୍ ନାଗେଶ୍ୱରା ରାଓ, ବି ଆର ଗାଭାଇ ଏବଂ ଏ ଏସ୍ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁଖାର୍ଜୀଙ୍କୁ ଜାମିନ ପ୍ରଦାନ କରି କହିଛନ୍ତି ଯେ ସେ ସାଢେ ଛ ବର୍ଷ ଜେଲରେ ରହିସାରିଛନ୍ତି।

ଖଣ୍ଡପୀଠ କହିଛନ୍ତି ଯେ ଏହି ମାମଲାର ଯୋଗ୍ୟତା ଉପରେ କୌଣସି ମନ୍ତବ୍ୟ ଦେଉ ନାହୁଁ। ୫୦ ପ୍ରତିଶତ ସାକ୍ଷୀଙ୍କୁ ଛାଡି ଦିଆଯାଇଥିଲେ ମଧ୍ୟ ଏହି ମାମଲାର ଶୁଣାଣି ଶୀଘ୍ର ଶେଷ ହେବ ନାହିଁ। ଟ୍ରାଏଲ କୋର୍ଟର ସର୍ତ୍ତ ଅନୁଯାୟୀ ଇନ୍ଦ୍ରାଣୀଙ୍କୁ ଜାମିନରେ ମୁକ୍ତ କରାଯିବ। ପିଟର ମୁଖାର୍ଜିଙ୍କ ଉପରେ ଲାଗୁ କରାଯାଇଥିବା ସର୍ତ୍ତ ଇନ୍ଦ୍ରାଣୀଙ୍କ କ୍ଷେତ୍ରରେ ଲାଗୁ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି।

୨୦୨୧ ନଭେମ୍ବର ୧୬ରେ ବମ୍ବେ ହାଇକୋର୍ଟ ଇନ୍ଦ୍ରାଣୀଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିବା ପରେ ସେ ସର୍ବୋଚ୍ଚ ନ୍ୟାୟାଳୟରେ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ଏହି ଆବେଦନ ଉପରେ କୋର୍ଟ ସିବିଆଇକୁ ସତ୍ୟପାଠ ଦାଖଲ କରିବାକୁ କହିଥଲେ। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ମଧ୍ୟ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଆବେଦନକୁ ବିରୋଧ କରି କହିଥିଲା ଯେ ସେ ନିଜ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରିବା ଭଳି ଘୃଣ୍ୟ କାର୍ଯ୍ୟ କରିଛନ୍ତି ଏବଂ ଏହିପରି ଘୃଣ୍ୟ କାର୍ଯ୍ୟ କ୍ଷମା ପାଇବାକୁ ଯୋଗ୍ୟ ନୁହେଁ।

Also Read  ପାନୀୟ ଜଳ ପ୍ରକଳ୍ପ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳର ଉଦବେଗ

LEAVE A REPLY

Please enter your comment!
Please enter your name here