କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ରେ ବୃଦ୍ଧି: ଉପକୃତ ହେବେ ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ

0
481
Odisha CM Urges Withdrawal Of GST From Kendu Leaves
Odisha CM Urges Withdrawal Of GST From Kendu Leaves

 ଭୁବନେଶ୍ୱର: ଏପ୍ରିଲ ୧୯ : ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି   ରାଜ୍ୟ ସରକାର କେନ୍ଦୁପତ୍ରର  ସଂଗ୍ରହ ମୂଲ୍ୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏହି ନିଷ୍ପତ୍ତି ଅନୁଯାୟୀ ୨୦୨୨ ଫସଲ ବର୍ଷ ପାଇଁ  ଉଭୟ ପ୍ରୋସେସ ଅଞ୍ଚଳ ଓ ଫାଲ  ଅଂଚଳରେ କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ରେ ବୃଦ୍ଧି କରାଯାଇଛି।
ଏହାଦ୍ଵାରା ରାଜ୍ୟରେ ୭.୫୦ ଲକ୍ଷ ଗରୀବ କେନ୍ଦୁପତ୍ର ତୋଳାଳୀ ୨୪୦ କୋଟି ଟଙ୍କାର  ଅଧିକ  ରୋଜଗାର ପାଇପାରିବେ. ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି  ଜନଜାତି ମହିଳା ।

ଏହାସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ବୋନସ ଓ ବିଭିନ୍ନ ଭତ୍ତା ବାବଦରେ  ମଧ୍ୟ୍ୟ ୧୨୦ କୋଟି ଟଙ୍କା ମଂଜୁର କରାଯାଇଛି। ଏହାଦ୍ଵାରା ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ଅନ୍ୟାନ୍ୟ କର୍ମଚାରୀ (Seasonal Staff) ଉପକୃତ ହେବେ ।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର କେନ୍ଦୁପତ୍ର ବ୍ୟବସାୟର ସମସ୍ତ ଲାଭକୁ (Trade surplus) କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ଅନ୍ୟାନ୍ୟ କର୍ମଚାରୀ (Seasonal Staff) ମାନଙ୍କ କଲ୍ୟାଣ ପାଇଁ ବିନିଯୋଗ କରୁଛନ୍ତି ।”

Also Read  Odisha Govt is in dilemma over SC order to ban the sale of liquor on either side of National Highways: