ସଂକ୍ରମଣ କମୁଛି, କିନ୍ତୁ ପଜିଟିଭିଟି ବଢ଼ୁଛି

0
561
ସଂକ୍ରମଣ କମୁଛି
ସଂକ୍ରମଣ କମୁଛି

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ୮ମ ଦିନ ପାଇଁ ଦୈନିକ ସଂକ୍ରମଣ ୩ ଲକ୍ଷରୁ ଅଧିକ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାର ଦୈନିକ ସଂକ୍ରମଣ ଗତକାଲି ତୁଳନାରେ ୮% କମ। ହେଲେ ଟେଷ୍ଟ ପଜିଟିଭିଟି ରେଟ୍‌ ଉପର ମୁହାଁ ହେଉଛି। ଏହାର ଅର୍ଥ ଟେଷ୍ଟିଂ କମୁଥିବାରୁ କେସ୍‌ ଲୋଡ କମ ଆସୁଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ବର୍ତ୍ତମାନ ଦେଶର ପଜିଟିଭିଟି ରେଟ୍‌ ୨୦% ପାର୍‌ କରିଛି। ଦିନକ ପୂର୍ବରୁ ଏହା ୧୭.୭୮% ଥିଲା। ୨୪ ଘଣ୍ଟାରେ ୧୪,୭୪,୭୫୩ଟି ନମୁନା ପରୀକ୍ଷା କରାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩,୦୬,୦୬୪ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହା ପୂର୍ବ ଦିନ ତୁଳନାରେ ୮.୨% କମ। ରବିବାର ତୁଳନାରେ ସୋମବାର ୨୭,୪୬୯ ଜଣ କମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୯୫,୪୩,୩୨୮କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ଦୈନିକ ପଜିଟିଭିଟି ରେଟ ୨୦.୭୫% ଓ ସାପ୍ତାହିକ ପଜିଟିଭିଟି ରେଟ ୧୭.୦୩% ରହିଛି। କର୍ଣ୍ଣାଟକାରେ ସର୍ବାଧିକ ୫୦,୨୧୦, କେରଳରେ ୪୫,୪୪୯, ମହାରାଷ୍ଟ୍ରରେ ୪୦,୮୦୫, ତାମିଲନାଡୁରେ ୩୦,୫୮୦ ଓ ଗୁଜରାଟରେ ୧୬,୬୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦିନକ ଭିତରେ କରୋନା ଆଉ ୪୩୯ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୪,୮୯,୮୪୮କୁ ବୃଦ୍ଧି ପାଇଛି। ଚଳିତ ୱେଭରେ ପ୍ରାଣ ହରାଇଥିବା ପ୍ରାୟ ୬୦% କରୋନା ରୋଗୀ ଟିକାର ଗୋଟିଏ ଡୋଜ୍‌ କିମ୍ବା ଆଦୌ ଟିକା ନେଇ ନଥିଲେ। ୨୪ ଘଣ୍ଟାରେ ୨,୪୩,୪୯୫ ଜଣ କରୋନାକୁ ମାତ ଦେବାରୁ ଆରୋଗ୍ୟଙ୍କ ସଂଖ୍ୟା ୩,୬୮,୦୪,୧୪୫ ହୋଇଯାଇଛି। ଏବେ ବିଭିନ୍ନ ସ୍ଥାନରେ ୨୨,୪୯,୩୩୫ ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି। ଆକ୍ଟିଭ କେସ୍‌ ୨୪ ଘଣ୍ଟାରେ ୬୨,୧୩୦ ବଢ଼ିଛି।

Also Read  Forest Dept personnel rescue two tigers rescued from MP's Raisen, release in Satpura Tiger Reserve