ସଙ୍ଘାଇରେ ରେକର୍ଡ ସଂଖ୍ୟକ କୋଭିଡ୍‌-୧୯ ମାମଲା

0
838

ସଙ୍ଘାଇ: ରେକର୍ଡ ପରିମାଣର କୋଭିଡ୍‌-୧୯ ସଂକ୍ରମଣ ମାମଲା ହେତୁ ୨୬ ନିୟୁତ ଜନତା ବସବାସ କରୁଥିବା ବୃହତ୍ତମ ନଗରୀ ସଙ୍ଘାଇରେ ଆଜି ଚୀନ୍‌ ଲକ୍‌ଡାଉନ୍‌ ଘୋଷଣା କରିଛି। ସମଗ୍ର ସହରରେ ଗଣ ନମୂନା ପରୀକ୍ଷଣ ଚାଲିଥିବା ବେଳେ ଆଜି ପ୍ରତ୍ୟୁଷରୁ ସଙ୍ଘାଇର ପୁଦୋଙ୍ଗ୍‌ ଆର୍ଥିକ ଜିଲ୍ଲା ଏବଂ ଆଖପାଖ ଅଞ୍ଚଳରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା କଥା ଆଞ୍ଚଳିକ ସରକାର କହିଛନ୍ତି। ଏହି ଲକ୍‌ଡାଉନ୍‌ର ଦ୍ବିତୀୟ ପର୍ଯ୍ୟାୟରେ, ସଙ୍ଘାଇ ନଗରୀକୁ ଭାଗ କରି ପ୍ରବାହିତ ହେଉଥିବା ହୁଆଙ୍ଗ୍‌ପୁ ନଦୀର ପଶ୍ଚିମ ପ୍ରାନ୍ତରେ ଥିବା ନଗରୀର ବିଶାଳ ତଳିଆ ଅଞ୍ଚଳରେ ମଧ୍ୟ ୫ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କରାଯିବ। ବାସିନ୍ଦାମାନେ ଘର ଭିତରେ ରହିବେ।

ବାହାର ଦୁନିଆ ସହିତ ସେମାନଙ୍କର ଯେମିତି ଯୋଗାଯୋଗ ନ ରୁହେ, ସେ ବିଷୟରେ ସୁନିଶ୍ଚିତ ହେବାକୁ ଆବଶ୍ୟକ ସାମଗ୍ରୀ ‘ଚେକ୍‌ପଏଣ୍ଟ୍‌’ମାନଙ୍କରେ ରଖାଯିବ। ଅତ୍ୟାବଶ୍ୟକ ମନେହେଉ ନ ଥିବା କାର୍ଯ୍ୟାଳୟ ଏବଂ ବ୍ୟାବସାୟିକ ପ୍ରତିଷ୍ଠାନ ସବୁ ବନ୍ଦ କରାଯିବ ଏବଂ ସର୍ବସାଧାରଣ ପରିବହନ ମଧ୍ୟ ବାତିଲ ହେବ। ସୂଚନାଯୋଗ୍ୟ, ଚଳିତ ମାସରେ ଚୀନ୍‌ ୫୬,୦୦୦ କରୋନାଭାଇରସ୍‌ ସଂକ୍ରମଣ ମାମଲା ରିପୋର୍ଟ କରିଛି। ସେଥିରୁ ଉତ୍ତରପୂର୍ବ ପ୍ରଦେଶ ଜିଲିନ୍‌ର ଅଧିକାଂଶ ସଂକ୍ରମଣ ରେକର୍ଡ ହୋଇଛି। ସେହିପରି, ଚୀନ୍‌ରେ ଟିକାକରଣ ହାର ପ୍ରାୟ ୮୭%ରେ ରହିଥିବା ବେଳେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ କ୍ଷେତ୍ରରେ ଟିକାକରଣ ହାର କମ୍‌ ରହିଛି।

Also Read  ରିସେପ୍ସନ୍ ଷ୍ଟେଜ ରେ ଜୀବନ ଚାଲିଗଲା ୨୬ ବର୍ଷୀୟ ଗୋଟିଏ ଝିଅର: ବାପାମା ଝିଅ ର ଅଙ୍ଗଦାନ କରିଦେଲେ